ଅଜଣା ଗାଡି ଚପାରେ ଅଜଗର ମୃତ ! ପରିବେଶବିତ୍ ମହଲରେ ଅସନ୍ତୋଷ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବିଶୋଇ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନମ୍ବର ଖେଜୁରିକଟାସ ରାସ୍ତା ଭୋର ସମୟରେ ପାର ହେଉଥିବା ସମୟରେ ଏକ ଅଜଣା ଗାଡି ଦୃତ ଗତିରେ ଚଢି ଖସି ପଳାଇଯାଇଛି ।ଘଟଣାସ୍ଥଳରେ ୧୪/୧୫ ଲମ୍ବର ଅଜଗରର ମୃତ୍ୟୁ ହୋଇଥିଲା । ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୃତ ଅଜଗରକୁ ଉଦ୍ଧାର କରିଥିଲେ ।ଏତେବଡ ଅଜଗର ମୃତ୍ୟୁ ଦେଖି ପରିବେଶବିତ୍ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ