ବାଦାମପାହାଡ ବ୍ଲକ ସମ୍ମୁଖରେ ଗାଁ ସାଥୀ ମାନଙ୍କର ବିଭିନ୍ନ ଦାବି ନେଇ ଧାରଣା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ସାରା ରାଜ୍ୟରେ ଗାଁ ସାଥୀ/ମେଟ ମାନଙ୍କ ଦୁଖ ଅପ୍ରମିତ ।୨୦୦୮ ମାସରୁ ଉଚିତ ଶିକ୍ଷା ଯୋଗ୍ୟତା ବଳରେସେ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା ‌। ଆଜିଯାଏଁ ସେମାନଙ୍କୁ ଉଚିତ ତାଲିମ ଏବଂ ସେମାନଙ୍କ ସଠିକ ଡାଟା ବେଶ ପ୍ରସ୍ତୁତି କରାଯାଉନାହିଁ । ଗାଁ ସାଥୀମାନଙ୍କୁ ନେସନାଲ ମୋବାଇଲମନିଟାରିଂ ବ୍ୟବସ୍ଥାରେ ପଂଜିକୃତ କରାଯାଉନାହିଁ । ସରକାର ନିୟମ ଅନୂଯାୟୀ ସେମାନଙ୍କୁ ମାସିକ ସର୍ବନିନ ୧୦ ଦିନର ଉଚିତ ପ୍ରାପ୍ୟ ସହ କର୍ମ ଯୋଜନା ଦିଆଯାଉନାହିଁ । କରୋନା ମହାମାରୀ ସମୟରେ ସେମାନଙ୍କର କର୍ମଧନ୍ଦା ନ ଥିବା ଯୋଗୁଁ ଭାରି ଆର୍ଥିକ ଅନାଟନରେ ଗତି କରୁଥିଲେ । ଆଜି ବିଭିନ୍ନ ଦାବି ନେଇ ବାଦାମପାହାଡ ବ୍ଳକ ମେଟସାଥୀ ସଂଘ ସଭାପତି କୁଆଁର ମୁର୍ମୁଙ୍କ ନେତୃତ୍ବରେ ବ୍ଳକ ସମ୍ମୁଖରେ ବ୍ଳକର ସମସ୍ତ ଗାଁ ସାଥୀ ସମୂହ ଧାରଣାରେ ବସିଥିଲେ । ସଭାପତି କହିଥିଲେ ସରକାର ଗାଁ ସାଥୀ ମାନଙ୍କ ଦାବି ମାସକୁ ୮୦୦୦ଟଙ୍କା ପ୍ରତ୍ସାହନ ରାଶି କରୋନା ମହାମାରୀ ବିପନ୍ନତା ସମୟରେ ସମସ୍ତ ଗାଁ ସାଥୀଙ୍କୁ କୋଡିଏ ହଜାର ଟଙ୍କା ସହାୟତା ରାଶି ପ୍ରଦାନ,ଗାଁ ସାଥୀ ପାଇଁ କ୍ଷତିକାରକ ସାଜୁଥିବା ୩ଟି ବିଲ ପ୍ରତ୍ୟାହାର,ରାଜ୍ୟର ସମହ୍ତ ଜବକାର୍ଡ ଧାରୀଙ୍କ ପାଇଁ ୧୦୦ ଦିନ ବଦଳରେ ୨୦୦ଦିନ ନିଶ୍ଚିତ ମନରେଗା କାର୍ଯ୍ୟ ଯୋଗାଣ, ଜବକାର୍ଡ ଧାରୀଙ୍କୁ ଦୈନିକ ୨୦୦ରୁ ୩୦୦ଟଙ୍କା ମଜୁରୀ ପ୍ରଦାନ ଦେବାପାଇଁ ସରକାରଙ୍କଠାରେ ଦାବି ରଖିଥିଲେ । ପରେ ବିଡିଓଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ,ପଞ୍ଚାୟତ ରାଜ ଵିଭାଗ,ମିଶନ ଶକ୍ତି ବିଭାଗ,ବିରୋଧୀ ଦଳ ନେତା,ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଧାରଣାରେ ସଂପାଦକ ସୁନାରାମ ମୁର୍ମୁ,ରାମଚନ୍ଦ୍ର ହେମ୍ବ୍ରମ,ସିତାମଣି ଟୁଡୁ,ଚୁନୁରାମ ହେମ୍ବ୍ରମ, ରାଇସେନ ମୁର୍ମୁ, ମଦନ ମୋହନ ବାସ୍କେ,ସଂଜୟ ବାରିକ ସମେତ ବହୁ ଗାଁ ସାଥୀ ଯୋଗ ଦେଇଥିଲେ ।ଆଗାମୀ ଦିନରେ ସରକାର ଯଦି ବିଚାରକୁ ନ ନିଅନ୍ତି ଗାସ ସାଥୀ ଭୂବନେଶ୍ୱରରେ ତିବ୍ର ଆନ୍ଦୋଳନ କରିବେ ବୋଲି ଗଣ ମାଧ୍ୟମକୁ ସୂଚାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ