ଅଜଣା ଗାଡି ଧକ୍କାରେ ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୋଷାଣୀ ବ୍ଲକ ଅନ୍ତର୍ଗତ ଧାମୁଣୀଗାଁ ନିକଟେରେ ବିଳମ୍ବିତ ରାତ୍ର ସମୟରେ ଏକ ସଡକ ଦୁର୍ଘଟଣା ଘଟିଥିବାର ଜଣାପଡିଛି । ଏହି ସଡକ ଦୁର୍ଘଟଣାରେ ଆନ୍ଧ୍ରର ଚାପରା ଗ୍ରାମର ଘାସି ମେଦିକା ସାହିର ରୋକାନ ରାଓ (୫୦) ନାମକ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ହେଲେ ଦୁର୍ଘଟଣାର କୌଣସି କାରଣ ଜଣାପଡି ନଥିବା ବେଳେ କୌଣସି ଅଜଣା ଗାଡି ଧକ୍କାରେ ଏପରି ହୋଇ ଥିବାର ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ୧୦୯/୨୨ରେ ଏକ ମାମଲା ରୁଜୁକରାଯାଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ