ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ପଚାଂୟତର ବିଜୁପଙ୍କା ମଶାଣି ଛକଠାରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ ଘଟିଛି । ଘଟଣାରୁ ପ୍ରକାଶ ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ରାସ୍ତା ନିର୍ମାଣ କମ୍ପାନୀରେ କାମ କରୁଥିବା ଗୁଡାରୀ ଅଚଂଳର ଅଜିତ ନିଶିକା ଓ ଭାଇ ଟନୁନା ନିଶିକା ମିଶି କାମ ସାରି ପଲସର ବାଇକ( ଏପି ୩୧ ବିପି ୬୦୪୦)ରେ ମାଣ୍ଡିମେରା ପଟେ ଯାଉଥିବା ସମୟରେ ରାୟଗଡା ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଛି | ଯାହାରି ଫଳରେ ଘଟଣା ସ୍ଥଳରେ ଅଜିତର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗାଡିରୁ ଡେଇଁ ପଡିଥିଲେ । ଘଟଣା ସ୍ଥଳରେ ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଂଚି ଘଟଣାର ତଦନ୍ତ କରିବା ସହ ଶବ ଜବତ କରି ବ୍ରହ୍ମପୁର ବ୍ୟବଚ୍ଛେଦ କରିବା ପାଇଁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ