ଗଜପତିରେ ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ କରାଯାଉଛି ସଚେତନତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବନଖଣ୍ଡ ଅଧିକାରୀ (ଡ଼ିଏଫଓ ) ଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ମଧ୍ୟରେ ଅଗ୍ନିକାଣ୍ଡ ହେଲେ ତାହାର ପ୍ରତିରୋଧ ଓ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟ ଯୋଜନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛିI ପାରଳାଖେମୁଣ୍ଡି ବନଖଣ୍ଡ ଅଧୂକାରୀ କେ ନାଗାରାଜୁ ଯୋଗଦେଇ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ| ସେ କହିଥିଲେ ବର୍ତ୍ତମାନ ସୁଦ୍ଧା  ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ମୋଟ ୫୯୬ ଗୋଟି ଜଙ୍ଗଲ ନିକଟସ୍ଥ ଗ୍ରାମ ଗୁଡିକରେ ଅଗ୍ନି ପ୍ରତିରୋଧ ସଚେତନତା ବୈଠକ ଆୟୋଜିତ କରାଯାଇ ଲୋକଙ୍କୁ ସଚେତନ କରାଯାଇଛି. ଏଥିସହ ଗଜପତି ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଦେଖା ଦେଇଥିବା ଅଗ୍ନିକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ଜଙ୍ଗଲ ନିଆଁକୁ ପ୍ରତିରୋଧ କରାଯାଇଛି. ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏସସିଏଫ ସାଇନି ଶ୍ରୀ ଦାସ, ଦେବଗିରି ରେଞ୍ଜ ଅଧୂକାରୀ ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ