ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଅଜଣାଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ଜଣକ ଖରିଡା ଗ୍ରାମର ବିଜୟ ଦାସ ( ୨୪ ) । ମିଳିଥିବା ସୂଚନାପ୍ରକାରେ ଖରିଡା ଗ୍ରାମର ବିଜୟ ଦାସ ହିରୋ ମୋଟର ସାଇକେଲ ( ଓଡି ୦୭ ଏକ୍ସ ୭୬୨୦ ) ଯୋଗେ ସାରୁ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ସୋମପୁର ଛକ ନିକଟରେ ଅଜଣାଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଦୂର୍ଘଟଣାରେ ଯୁବକ ଗୁରୁତର ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ରାସ୍ତା ଉପରେ ପଡିଥିଲେ । ଖବର ପାଇ ପୋଲିସ ଓ ପ୍ରେସକ୍ଲବ ସଦସ୍ୟ ମାନେ ଆହାତଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୂର୍ଘଟଣାଗସ୍ତ ମୋଟର ସାଇକେଲକୁ ଜବତ କରି ଘଟଣାର ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।