ଅଜଣା ଦୁର୍ଗନ୍ଧରେ ଜଣେ ମୃତ ଏକାଧିକ ଗୁରୁତର
ତାରାସିଂଗ ଥାନା ଅନ୍ତର୍ଗତ ଅତରାଇପଲ୍ଲୀ ଗ୍ରାମରେ ଗୁରୁବାର ସଂନ୍ଧ୍ୟା ୭ଟାରେ ଘଟିଛି ଏକ ଅଘଟଣ । ଏକ ବିଶାକ୍ତ ଦୁର୍ଗନ୍ଧରେ ବିର ନାଇକଙ୍କ ପରିବାରର ଦୁଇ ଭଉଣୀ ଗୁରୁତର ହୋଇ ମେଡିକାଲ ଯାଉଥିବା ସମୟରେ ବଡଭଉଣୀ ଅନି ନାଇକ (୧୭)ଙ୍କ ମୃତ୍ୟୁ ହୋଇଥିଲା ।ସାନ ଭଉଣୀ ଭଂଜନଗର ମେଡିକାଲ ରେ ଚିକିତ୍ସିତ ହେଉଛି । ତେବେ ମୃତ୍ୟୁ ର ସ୍ପଷ୍ଟ କାରଣ ଜଣାପଡିନାହିଁ । ତେବେ ଗାଁରେ ଏକ ଏକ ପ୍ରଚଣ୍ଡ ବିଶାକ୍ତ ଗନ୍ଧ ପ୍ରବାହିତ ହେଉଥିବା କାରଣରୁ ଗ୍ରାମ ବାସୀ ଅସହ୍ୟ ହୋଇ କବାଟ ବନ୍ଦକରି ଘରଭିତରେ ରହିଥିଲେ ।ଯେଉଁ ମାନେ ବାହାରେ ଥିଲେ ସେମାନେ ନାକ ଓ ପାଟିକୁ କପଡା ରେ ବନ୍ଦକରି ରଖିଥିବା ଦେଖିବାକୁ ମିଳିଥିଲା । ଏ ସଂପର୍କରେ କେହି ବି କିଛି ଜାଣିନଥିବା ବେଳେ । ଏହା ଦେବୀ ଙ୍କ କୋପ ବୋଲି ମଧ୍ୟ କେହି କେହି କହିଥିଲେ । ତେବେ ଏହି ଘଟଣା କୁ ନେଇ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଆହୁକିଛି ଶିଶୁ ମଧ୍ୟ ଅଣନିଶ୍ୱ।ସି ହୋଇ ପଡିଥିବା କୁହାଯାଇଛି । ତେବେ ପ୍ରକୃତ କାରଣ ଜଣାପଡି ନାହିଁ ।