ଅଜଣା ବାଇକ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବାରୁଅସ୍ଥିତ ନନ୍ଦକିଶୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ସଞ୍ଜୟ ପାଣି ଗତ ୨୨ତାରିଖ ସନ୍ଧ୍ୟାରେ କଟକ-ଚାନ୍ଦବାଲି ରାସ୍ତାେରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ପଛରୁ ଏକ ଅଜଣା ବାଇକ ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ତାଙ୍କ ମସ୍ତିଷ୍କରେ ଗୁରୁତ୍ତର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋ୍ରପ୍ରଚାର କରାଯିବା ସହ ସେ ଚିକିତ୍ସିତ ଥିଲେ । ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ କଟକରେ ତାଙ୍କର ୪୮ବର୍ଷ ବୟସରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ତାଙ୍କ ମୃତ ଦେହକୁ ପୈତୃକ ଗ୍ରାମ ବାରୁଅକୁ ଅଣାଯିବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସୂର୍ଗତ ପାଣିଙ୍କ ବିୟୋଗ ଖବରପାଇ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଭ୍ରମରବର ବିଶ୍ୱାଳ, ଓଲଷ୍ଟା ରାଜ୍ୟସଙ୍ଘ ଉପସଭାପତି ଧନେଶ୍ୱର ପାତ୍ର, ଜିଲ୍ଲା ସମ୍ପାଦକ ବିପିନ ବିହାରୀ ଶତପଥୀ, ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ, ସମ୍ପାଦକ ଅଶୋକ କୁମାର ସାହୁ, ପେନସନ ଭୁକ୍ତ ବ୍ଲକ ସଙ୍ଘ ସମ୍ପାଦକ ଶେଖ ଖତିବ, ସି. ଆର. ସି. ସି. ଚକ୍ରଧର ସାମନ୍ତରାୟ, ମହମ୍ମଦ ଜଲାଲଉଦ୍ଦିନ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଲାଇ,ବିମଳ ପ୍ରସାଦ ପରିଡା,ଅଧିକାରୀ ନିତ୍ୟାନନ୍ଦ ଦାଶ ପ୍ରମୁଖ ସୂର୍ଗତ ପାଣିଙ୍କ ବାସଭବନରେ ପହଁଚି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଚଂଳ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି । ସୂର୍ଗତ ପାଣି ଜଣେ ଜଣାଶୁଣା ଶିକ୍ଷକ ନେତା ସହ ମିଷ୍ଟଭାଷୀ,ମେଳାପି ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ବିଧବା ପତ୍ନୀ ଓ ୨ପୁଅ ଅଛନ୍ତି । ବଡପୁଅ ଶ୍ରୀୟାଂଶୁ ପାଣି ମୁଖାଗ୍ନି ଦେଇଥିଲେ । କେନ୍ଦ୍ରାପଡା ଶିକ୍ଷକ ସମନ୍ୱୟ କମିଟି ପକ୍ଷରୁ ମନୋରଞ୍ଜନ ବାରିକ,ମାନଭଞ୍ଜନ ପ୍ରଧାନ,ଅନନ୍ତ କୁମାର ପରିଡା,ବିଶ୍ୱବନ୍ଧୁ ଜେନା,ଦୁଃଶାସନ ରାଉତ,ରମେଶ ଚନ୍ଦ୍ର ସାହୁ,ପ୍ରିୟମ୍ବଦା ସୁନ୍ଦରରାୟ ପ୍ରମୁଖ ସୂର୍ଗତ ପାଣିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।