ଅଜଣା ବୋଲରୋ ଗାଡି ଧକ୍କାରେ ଭାଇ ଭଉଣୀ ଗୁରୁତର
ଛତ୍ରପୁର,(ଦେବଦତ୍ତ ମହାରଣା): ଏକ ଅଜଣା ବୋଲରୋ ଗାଡି ଧକ୍କାରେ ଭାଇ ଭଉଣି ଗୁରୁତର ଆହାତ ହୋଇଛନ୍ତି । ସେମାନେ ହେଲେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମମତା ନାୟକ(୨୦) ଓ ରବୀନ୍ଦ୍ର ନାୟକ (୧୬) । ମିଳିଥିବା ସୂଚନା ମୁତାବକ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଛକ ଠାରେ ମମତା ଓ ରବୀନ୍ଦ୍ର ସାଇକେଲ ଯୋଗେ ପୂର୍ବାହ୍ନରେ ଘରକୁ ଯାଉଥିବା ବେଳେ ଏକ ଅଜଣା ବୋଲରୋ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଭାଇ ଭାଉଣୀ ଦୁଇ ଜଣ ରାସ୍ତାରେ ଛିଟିକି ପଡିଥିଲେ । ଧକ୍କା ଦେଇଥିବା ବୋଲେରୋ ଟି ଘଟଣାସ୍ଳଳରୁ ଚମ୍ପଟ ମାରିଥିବା ବେଳେ ଗୁରୁତର ଭାଇ ଭଉଣୀ ଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଅଟୋ ସାହାର୍ଯ୍ୟରେ ଛତ୍ରପୁର ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଉକ୍ତ ବୋଲେରୋ କୁ ଧରିବା ପାଇଁ ସାଧାରଣରେ ଦାବୀ ହେଉଛି । ଗୁରୁତର ରବିନ୍ଦ୍ର ନାୟକ ଦଶମ ଶ୍ରେଣୀରେ ଆର୍ଯ୍ୟପଲ୍ଲୀ ହାଇସ୍କୁଲ ପାଠପଢୁଛନ୍ତି ।