ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ଜଗତସିଂହପୁର, (ଅନସୂୟା ରାଉତ):ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ପାଖ ଅଞ୍ଚଳରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି ବାଲିକୁଦା ପୋଲିସ। ପ୍ରକାଶ ଥାଉକି ବାଲିକୁଦା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଅରିଲୋ ପାଖ ଅଜଣା ଗଳିତ ଶବକୁ ଉଦ୍ଧାର କରିଥିଲେ।ଏହି ଅଜଣା ମହିଳାଙ୍କ ଘର ଏରସମା ଥାନା ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। କିଛି ଦିନ ତଳେ ଜଣେ ମହିଳାଙ୍କ ନିଖୋଜ ଘଟଣା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ସେହି ମହିଳା ଜଣଙ୍କ ଏରସମା ଅଞ୍ଚଳର ଦୈତାରୀ ସାମଲଙ୍କ ଝିଅ ଖୁଲଣା ସାମଲ ବୋଲି ଅନୁମାନ କରାଯାଉଛି। ଆଜି ବାଲିକୁଦା ପୋଲିସ ଦିନ ତମାମ ଗଳିତ ଶବକୁ ଉଦ୍ଧାର କରିବା ସହ ସାଧାରଣ ଲୋକଙ୍କ ପୋଲିସ ପ୍ରଶାସନ ଉପରେ ଥିବା ବିଶ୍ଵାସ ଓ ଭରସାକୁ ଉଜ୍ଜୀବିତ କରିଥିଲେ।ସବୁ ମହଲରେ ବାଲିକୁଦା ପୋଲିସ ପ୍ରଶଂସନୀୟ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ