ନାଉଗାଁରେ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ

ନାଉଗାଁ,(ଓ୍ବାଇଏନଏସ):  ବଳପୂର୍ବକ ଚାଷ ଜମି ଅଧିଗ୍ରହଣ କରିବା, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ପ୍ରସ୍ତାବିତ ପୋସ୍କୋ ଜିନ୍ଦଲ କାରଖାନା ପ୍ରତିଷ୍ଠା ଓ ଜନସାଧାରଣଙ୍କୁ ଆତଙ୍କିତ କରିବା ବିରୋଧରେ ଅଲ୍ ଇଣ୍ଡିଆ କିଷାନ ଖେତ ମଜଦୁର ସଂଗଠନ (ଏ.ଆଇ.କେ.କେ.ଏମ.ଏସ) ପକ୍ଷରୁ ଅକ୍ଟୋବର ୧୬ ରେ  ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କମିଟି ପକ୍ଷରୁ ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁବାସ ସ୍ଵାଇଁଙ୍କ ନେତୃତ୍ବରେ ଭାରତର ରାଷ୍ଟ୍ରପତିଙ୍କୁ ତହସିଲଦାରଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହେଶ୍ବର ଦାସ, ବସନ୍ତ ମଲ୍ଲିକ, କବୀର ବିଶ୍ଵାଳ, ରଘୁନାଥ ଦାସ, ବସନ୍ତ ଦାସ, କପିଳ କାଣ୍ଡି ପ୍ରମୁଖ ସାମିଲ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ