ଅଜବ ୱାଟରିଂ କ୍ୟାନ୍

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ୱାଟରିଂ କ୍ୟାନ୍ର ବ୍ୟବହାର କରାଯାଇଥାଏ । ହେଲେ ଏବେ ମାର୍କେଟ୍ରେ ଏମିତି କିଛି ଅଜବ ଡିଜାଇନ୍ର ୱାଟରିଂ କ୍ୟାନ୍ ମିଳିଲାଣି, ଯାହା ଗଛରେ ପାଣି ଦେବାରେ ସାହାଯ୍ୟ କରିବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ବହୁରୂପୀ ଏଣ୍ଡୁଅ ଶେପ୍ର ୱାଟରିଂ କ୍ୟାନ୍:ଏଠାରେ ଯେଉଁ ୱାଟରିଂ କ୍ୟାନ୍ କଥା କୁହାଯାଉଛି, ତାହା ବହୁରୂପୀ ଏଣ୍ଡୁଅ ଡିଜାଇନ୍ର ହୋଇଥାଏ ସତ; ହେଲେ ରଙ୍ଗ ବଦଳାଇ ପାରେନାହିଁ । କିନ୍ତୁ ଏହା ସାହାଯ୍ୟରେ ଗଛରେ ପାଣି ଦେଲାବେଳେ ଏକ ନିଆରା ଲୁକ୍ ନିଶ୍ଚୟ ମିଳିଥାଏ ।
ଗାର୍ଡେନ୍ ଟୁଲ୍ସ ୱାଟରିଂ କ୍ୟାନ୍ : ଏହି ୱାଟରିଂ କ୍ୟାନ୍ ସାହାଯ୍ୟରେ କେବଳ ଗଛରେ ପାଣି ଦେଇହେବ ତାହା ନୁହେଁ, ଏଥିରେ ଖଞ୍ଜା ହୋଇଥିବା ବିଭିନ୍ନ ଗାର୍ଡେନ ଟୁଲ୍ସ ସାହାଯ୍ୟରେ ବଗିଚାରେ ଗାତ ଖୋଳିବା, ଅନାବନା ଗଛକୁ ମଧ୍ୟ ଉପୁଡ଼ାଯାଇପାରିବ ।
ଫୁଲ ଶେପ୍ର ୱାଟରିଂ କ୍ୟାନ୍ : ଫୁଲଗଛରେ ପାଣିଦେବା ପାଇଁ ଫୁଲ ଶେପ୍ ୱାଟରିଂ କ୍ୟାନ୍ର ବ୍ୟବହାର କରିବା ସତରେ ଏକ ନିଆରା ଦୃଶ୍ୟ ନୁହେଁ କି! ଆଜିକାଲି ମାର୍କେଟ୍ରେ ବିଭିନ୍ନ ଫୁଲ ଡିଜାଇନ୍ର ୱାଟରିଂ କ୍ୟାନ୍ ମିଳିଲାଣି, ଯାହା ସୁନ୍ଦର ଦେଖାଯିବା ସହ ଇନ୍ଡୋର୍ କିମ୍ୱା ଆଉଟ୍ଡୋର୍ ଗାର୍ଡେନ୍କୁ ଆକର୍ଷଣୀୟ ଲୁକ୍ ଦେଇପାରିବ ।
ବି ୱାଟରିଂ କ୍ୟାନ୍ : ମହୁମାଛି ସଦୃଶ ଏହି ୱାଟରିଂ କ୍ୟାନ୍ ଦେଖିବାକୁ ଯେମିତି ସୁନ୍ଦର ଲାଗିଥାଏ, ଏହା ସାହାଯ୍ୟରେ ଫୁଲଗଛରେ ପାଣିଦେବା ବି ସେମିତି ସହଜ ହୋଇଥାଏ ।
ପକ୍ଷୀଙ୍କ ଶେପ୍ବାଲା ୱାଟରିଂ କ୍ୟାନ୍: ଏବେ ମାର୍କେଟ୍ରେ ବିଭିନ୍ନ ପକ୍ଷୀମାନଙ୍କ ଶେପ୍ରେ ବି ୱାଟରିଂ କ୍ୟାନ୍ ଉପଲବ୍ଧ ହେଲାଣି । ଖାସ୍ କରି ହଂସ, ରାଜହଂସ, ବତକ, ପେଚା ତଥା କୁକୁଡ଼ା ଇତ୍ୟାଦି ପକ୍ଷୀଙ୍କ ଶେପ୍ବାଲା ୱାଟରିଂ କ୍ୟାନ୍ର ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି । ତେବେ ଏହି ପକ୍ଷୀ ଶେପ୍ବାଲା ୱାଟରିଂ କ୍ୟାନ୍ ସାହାଯ୍ୟରେ ଫୁଲଗଛରେ ପାଣି ଦେଇହେବ ନଚେତ୍ ଏହାକୁ ବଗିଚାରେ ସଜେଇ ବଗିଚାର ଶୋଭା ବୃଦ୍ଧି କରିହେବ ।
ସ୍ପେଶ୍ ସେଭିଂ ୱାଟରିଂ କ୍ୟାନ୍ ଉଇଥ୍ ରୋଟେଟିଂ ସ୍ପାଉଟ୍ : ସାଧାରଣତଃ ୱାଟରିଂ କ୍ୟାନ୍ଗୁଡ଼ିକରେ ଥିବା ସ୍ପାଉଟ୍ ବା ପାଣିଛିଞ୍ଚା ନଳୀ ଉପରକୁ ଉଠିକି ରହିଥାଏ । ହେଲେ ଏଠାରେ ଯେଉଁ ସ୍ପାଉଟ୍ କଥା କୁହାଯାଉଛି, ତାହା ରୋଟେଟିଂ ସିଷ୍ଟମ୍ରେ ଥାଏ । ଯେତେବେଳେ ଗଛରେ ପାଣିଦେବାର ଥିବ, ସେତେବେଳେ ସ୍ପାଉଟ୍କୁ ମାଡ଼ି ଉପରକୁ ଉଠାଇପାରିବେ ନଚେତ୍ ଏହାକୁ ଓଲଟା ମାଡ଼ି ସ୍ପେଶ୍ ସେଭିଂ କରିପାରିବେ ।
ମୂଷା ଶେପ୍ର ୱାଟରିଂ କ୍ୟାନ୍ : ଅବିକଳ ମୂଷା ପରି ଦେଖାଯାଉଥିବା ଏହି ୱାଟରିଂ କ୍ୟାନ୍ଗୁଡ଼ିକ ବି ଦେଖିବାକୁ ବେଶ୍ ଆକର୍ଷଣୀୟ ଲାଗିଥାଏ ।
ହାତୀ ଶେପ୍ର ୱାଟରିଂ କ୍ୟାନ୍:ହାତୀ ଶେପ୍ବାଲା ୱାଟରିଂ କ୍ୟାନ୍ ବି ବହୁତ ସୁନ୍ଦର ଦେଖାଯାଇଥାଏ । ହାତୀ ଶୁଣ୍ଢ ଦେଇ ଫୁଲଗଛରେ ପାଣି ଦେଲାବେଳେ ଲାଗେ ସତେ ଯେମିତି ଛୋଟ କୁନି ହାତୀଟିଏ ତା’ର କୁନି ଶୁଣ୍ଢରେ ଫୁଲ ଗଛରେ ପାଣି ଦେଉଛି ।
ମାଛ ଶେପ୍ବାଲା ୱାଟରିଂ କ୍ୟାନ୍:ବିଭିନ୍ନ ପ୍ରକାର ମାଛ ଶେପ୍ରେ ବି ୱାଟରିଂ କ୍ୟାନ୍ ଆସୁଛି, ଯାହା ଦେଖିବାକୁ ସୁନ୍ଦର ଲାଗିବା ସହ ନିଆରା ଅନୁଭୂତି ଦେଇପାରୁଛି । କେବଳ ଏତିକି ନୁହେଁ, ଆହୁରି ଅନେକ ଅଜବ ଅଜବ ଡିଜାଇନ୍ବାଲା ୱାଟରିଂ କ୍ୟାନ୍ ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି, ଯାହାକୁ ଗ୍ରାହକ ନିଜ ପସନ୍ଦ ମୁତାବକ କିଣି ଗଛରେ ପାଣିଦେବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ