ଅଜୟ କାପୁରଙ୍କୁ ସିଇଓ ଭାବେ ନିଯୁକ୍ତି କଲା ବେଦାନ୍ତ

ନୂଆଦିଲ୍ଲୀ, (ଏଜେନ୍ସି): ବେଦାନ୍ତ ଲିମିଟେଡ଼ ପକ୍ଷରୁ ଅଜୟ କାପୁରଙ୍କୁ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ତଥା ଗ୍ରୁପ୍ କାର୍ଯ୍ୟନିର୍ବାହୀ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଅମ୍ବୁଜା ସିମେଣ୍ଟରେ ସେ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ବେଦାନ୍ତ ବାର୍ଷିକ ୨.୩ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦିତ କରିଥାଏ । ଏହା ୮ ଗିଗାୱାଟ୍ ଶକ୍ତି ସଂଚରଣ କରିବା ସହିତ ୨ ନିୟୁତ ଟନ୍ ଆଲୁମିନା ରିଫାଇନାରୀ ପରିଚାଳନା କରିଥାଏ । ଏହି ଅବସରରେ ବେଦାନ୍ତ ରିସୋର୍ସ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ଅଜୟଙ୍କ ନେତୃତ୍ୱରେ କମ୍ପାନୀ ବେଶ୍ ଅଗ୍ରଗତି କରିବ ବୋଲି ଆଶା ରହିଛି । ସମ୍ପ୍ରତି କମ୍ପାନୀର ଆଲୁମିନିୟମ୍ ଏବଂ ପାୱାର ବ୍ୟବସାୟ ବାର୍ଷିକ ୧୦ ବିଲିୟନ୍ ଡଲାର ରହିଛି । ଏହା ବାର୍ଷିକ ୬ ବିଲିୟନ୍ ଡଲାର ରାଜସ୍ୱ ସଂଗ୍ରହ କରୁଛି । ଅଜୟଙ୍କ ଅଭିଜ୍ଞତା ଦ୍ୱାରା କମ୍ପାନୀ ବେଶ୍ ଲାଭାନ୍ୱିତ ହେବାର ସମ୍ଭାବନା ରହିଛି । ଅଜୟ ହ୍ୱାର୍ଟନ୍ ବିଜ୍ନେସ୍ ସ୍କୁଲରେ ଅଧ୍ୟୟନ କରିଛନ୍ତି । ସେ ମୁମ୍ବାଇ ସେଣ୍ଟ୍ ଜାଭିଏର କଲେଜର ଇକୋନୋମିକ୍ ଗ୍ରାଜୁଏଟ୍ । କେ.ଜେ ସୋମାଇୟା ଇନଷ୍ଟିଚ୍ୟୁଟ୍ରୁ ସେ ଏମ୍ବିଏ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ