ଅଜୟ ଦୀକ୍ଷିତ କାଏରନ୍ ତୈଳ ଏବଂ ବାଷ୍ପର ମୁଖ୍ୟ ପରିଚାଳକ ଅଧିକାରୀ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ଏକ ବୃହତ୍ ସ୍ୱାଧୀନ କାଏରନ୍ ତୈଳ ଏବଂ ବାଷ୍ପ ଅନ୍ୱେଷଣ ତଥା ଉତ୍ପାଦନ କମ୍ପାନୀ ଅଜୟ ଦିକ୍ଷୀତଙ୍କୁ ଏହାର ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ଘୋଷଣା କରିଛି । ସେ ସୁଧିର ମାଥୁର୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ । ଏହି କ୍ଷେତ୍ରରେ ୩୯ ବର୍ଷର ପାରଦର୍ଶର୍ିତା ପରେ ୨୦୧୫ରେ ଅଜୟ ବେଦାନ୍ତରେ ସାମିଲ ହୋଇଥିଲେ । ପୂର୍ବରୁ ସେ ସିମେନ୍ରେ ମଧ୍ୟ ସିଇଓ ଥିଲେ ଯାହାକି ଦକ୍ଷିଣ ଏସିଆରେ ଶକ୍ତି କ୍ଷେତ୍ର ପାଇଁ ଥିଲା । ଅଜୟ ବେଦାନ୍ତର ଆଲୁମିନିୟମ ଏବଂ ଶକ୍ତି ବ୍ୟବସାୟର ସିଇଓ ଭାବେ ମଧ୍ୟ କାର୍ଯ୍ୟ ସମାପନ କରିସାରିଛନ୍ତି । ସମନ୍ୱୟ, ପରିଚାଳନା, ପ୍ରଯୁକ୍ତି କ୍ଷେତ୍ର, ଅର୍ଥ ଏବଂ ଆଇନ ପରାମର୍ଶ ଭଳି ବିଭିନ୍ନ ବିଭାଗର ସେ ପାରଦର୍ଶିତା ଦେଖାଇଛନ୍ତି । ତାଙ୍କର ବଳିଷ୍ଠ ନେତୃତ୍ୱରେ କାଏରନ୍ ବାରମର ବ୍ଲକ୍ରେ ପୂର୍ଣ୍ଣ କ୍ଷମତା ସମ୍ପନ୍ନ ଭାବେ କାର୍ଯ୍ୟ ନିର୍ବାହ ପାଇଁ ଖୋରାଖ ଯୋଗାଇବା ସହିତ ଅଫସୋର ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ସହିତ ଓଏଏଲ୍ପି୧ ଏବଂ ଡିଏସ୍ଏଫ୍୨ ଅଧୀନରେ ନୂଆ ବ୍ଲକ୍ର ସୁଯୋଗ ଦେବା ସହିତ ଏକ ବଳିଷ୍ଠ ଏବଂ ଅଧିକ ଉନ୍ନତ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି । କାଏରନ୍ ଦିନକୁ ଦୁଇ ଲକ୍ଷ ବ୍ୟାରେଲ୍ରୁ ଅଧିକ ତୈଳ ଉତ୍ପାଦନ କରୁଛି । ଯାହାକି ଭାରତର ଅଶୋଧିତ ଉତ୍ପାଦନର ୨୫% ଏବଂ ଆମର ଲକ୍ଷ୍ୟ ଏହି କ୍ଷମତାକୁ ୫୦% କରାଇବା ନେଇ । କମ୍ପାନୀ ୩.୫ ବିଲିୟନ୍ ଆମେରିକୀୟ ମୁଦ୍ରା ଏହି ବ୍ୟବସାୟରେ ପୁଞ୍ଜି ଖଟାଇବା ସହିତ ଆସନ୍ତା ୩/୪ ବର୍ଷ ଭିତରେ ଆଶାଜନକ ଭାବେ ବୃଦ୍ଧି କରାଇବା ଲକ୍ଷ୍ୟ ରହିଛି ।
ପ୍ରକାଶ ଯେ କାଏରନ ତୈଳ ଏବଂ ଗ୍ୟାସ ବେଦାନ୍ତର ଏକ ସମକକ୍ଷ କମ୍ପାନୀ । ଏହା ଏକ ବୃହତ୍ ବ୍ୟକ୍ତିଗତ ତୈଳ ଏବଂ ଗ୍ୟାସ ଅନ୍ୱେଷଣ ଓ ଉତ୍ପାଦନକାରୀ କମ୍ପାନୀ । ଏହା ଦେଶରେ ସମୁଦାୟ ୪ ଭାଗରୁ ଅଧିକ ଦେଶୀୟ ଅଶୋଧିତ ତୈଳ ଉତ୍ପାନ କରୁଛି । ଏହା ଏକ ବିଶ୍ୱସ୍ତରୀୟ ଉତ୍ସ ଅଟେ ଯାହାକି ଭାରତରେ ବର୍ତମାନ ୪୮ଟି ବ୍ଲକକୁ ନେଇ କାର୍ଯ୍ୟ କରୁଛି ଏବଂ ୪୧ଟି ନୂଆ ବ୍ଲକ ଏଥିରେ ସାମିଲ ହୋଇଛନ୍ତି । ଓଏଏଲ୍ପି୧ ନିଲାମ ବଳରେ ଏବଂ ଦୁଇଟି ଅନ୍ୟ ବ୍ଲକ୍ ଡିଏସ୍ଏଫ୍୨ ଏଥିରେ ସାମିଲ ହୋଇଛି । ୨୦୦୪ରେ କାଏରନ୍ ରାଜସ୍ଥାନର ମଙ୍ଗଳାଠାରେ ସର୍ବବୃହତ୍ ଅନ୍ସୋରର ଉଦ୍ଭାବନ ୨୦ବର୍ଷ ମଧ୍ୟରେ କରିଥିଲା । ଏହାର ୨୦ ବର୍ଷର କାର୍ଯ୍ୟ ଶୈଳୀ ଭିତରେ ୪ଟି ସମ୍ମୁଖ ବେସିନ, ସଂଖ୍ୟାଧିକ ନୂଆ ଉଦ୍ଭାବନ ତଥା କେବଳ ରାଜସ୍ଥାନରେ ୩୮ଟି ନୂଆ ଖନନ ହୋଇପାରିଛି । କାଏରନ୍ ବେଦାନ୍ତ ରିର୍ସୋସେସ୍ ର ଏକ ଅଂଶବିଶେଷ ଭାବରେ ସମଗ୍ର ବିଶ୍ୱର ଷଷ୍ଠ ବୃହତ୍ତ ବିବିଧ ପ୍ରାକୃତିକ ଉତ୍ସର ମିଳିତ ଅନୁଷ୍ଠାନ । ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଏହାର ପ୍ରମୁଖ ଆଗ୍ରହ ରହିବା ସହିତ ଜିଙ୍କ୍-ଲିଡ଼୍-ସିଲଭର, କପର, ଆଇରନ୍, ଆଲୁମିନିୟମ ଏବଂ ବ୍ୟବସାୟିକ ଶକ୍ତି କ୍ଷେତ୍ରରେ ମଧ୍ୟ ଏହା ନିଜକୁ ପ୍ରତିଷ୍ଠା କରିଛି । ସମଗ୍ର୍ର ଭାରତରେ ଏହି ପ୍ରତିଷ୍ଠାନର ଉପସ୍ଥିତି ଥିବା ସହିତ ଦକ୍ଷିଣ ଆଫ୍ରିକା, ନାମିବିୟା, ଅଷ୍ଟ୍ରେଲିଆ ଏବଂ ଆୟାରଲାଣ୍ଡ ପ୍ରଭୃତି ଦେଶରେ ମଧ୍ୟ ଏହା ନିଜକୁ ସାମିଲ କରିଛି । ଏହା ଭାରତର ଅନ୍ୟାନ୍ୟ ପ୍ରମୁଖ ଦଶଟି ପୋଷଣୀୟ ଅନୁଷ୍ଠାନ ସହିତ ନିଜକୁ ସାମିଲ କରିବାରେ ସକ୍ଷମ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ