ଅଜୟ ଦେବଗନ୍ ନିଭାଇଥିବା ଏହି ଚରିତ୍ରରେ ନଜର ଆସିବେ ହିତ୍ରିକ!

ସଞ୍ଜୟ ଲୀଲା ଭଂସାଲୀ ଏବେ “ଗଙ୍ଗୁବାଈ କାଠିଆୱାଡୀ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଏହି ସିନେମାରେ ସୁପରଷ୍ଟାର ହିତ୍ରିକ ରୋଶନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନେବାକୁ ଆଗ୍ରହ ଦେଖାଇଥିବା ଜଣାଯାଇଛି । ଏବେ ଶୁଣିବାକୁ ମିଳିଛି ଯେ, ହ୍ରିତିକ ରୋଶନଙ୍କୁ ମୁମ୍ବାଇର ଡନ ହାଜୀ ମସ୍ତାନ ରୋଲପାଇଁ ସାଇନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସଞ୍ଜୟ । ହିତ୍ରିକଙ୍କୁ ଏହି ରୋଲ ପାଇଁ ସଞ୍ଜୟ ଲୀଲା ଭଂସାଲୀ ଇତିମଧ୍ୟରେ ଅଫର୍ ଦେଇସାରିଥିବା ଜଣାଯାଇଛି । ଆଗରୁ ପରଦାରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ଏହି ହାଜୀ ମସ୍ତାନ ଭୂମିକାରେ ଚମକ୍ରାର ଅଭିନୟ କରି ଚର୍ଚ୍ଚିତ ହାଇଥିଲେ । ହଁ ଅଜୟ ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ୱାନସ ଅପଅନ ଏ ଟାଇମ୍ ଇନ୍ ମୁମ୍ବାଇ’ରେ ହାଜୀ ମସ୍ତାନ ଭୂମିକାରେ ଅଭିନୟ କରିଥିଲେ । ଯଦି ହ୍ରିତିକ “ଗଙ୍ଗୁବାଈ କାଠିଆୱାଡୀ’ ଫିଲ୍ମରେ କାମ କରିବାକୁ ରାଜି ହୁଅନ୍ତି, ତେବେ ଭଂସାଲୀଙ୍କ ସହିତ ତାଙ୍କର ଦ୍ୱିତୀୟ ଫିଲ୍ମ ପ୍ରାୟ ୯ ବର୍ଷ ପରେ ପୁଣି ଥରେ ଦୁହେଁ ଏକତ୍ର କାମ କରିବେ । ଏହା ପୂର୍ବରୁ ହ୍ରିତିକ ୨୦୧୦ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ “ଗୁଜାରିଶ ‘ରେ କାମ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ