ବିଶ୍ୱ ମୈତ୍ରୀ ଦିବସ ଅବସରରେ ରକ୍ତଦାନ ଶିବିର
ଆସିକା (ୱାଇଏନ୍ଏସ୍) :ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ମୈତ୍ରୀ ଦିବସ ଅବସରରେ ଆସିକା ସୁଗର୍ ଟାଉନ ଜେସିସ୍ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ବଜାର ସ୍ଥିତ ଶ୍ରୀ ଶ୍ରୀ ମା’ କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ସୁଗର ଟାଉନ୍ ଜେସିସ୍ର ସଭାପତି ଜେସି ବି.ଶିବଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଆସିକା ଥାନାର ସବ୍ଇନିସପେକ୍ଟର ହିମାଂଶୁ ଶେଖର ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବର୍ଷ ତମାମ ବିଭିନ୍ନ ସମୟରେ ଆସିକା ସୁଗର୍ ଟାଉନ ଜେସିସ୍ ଯେଉଁଭଳି ଭାବେ ସେବା ମନୋବୃତ୍ତି ନେଇ ବିଭିନ୍ନ କାର୍ଯ୍ୟ କରି ଆସୁଛି ତାହାକୁ ଭୂୟଶୀ ପ୍ରଶଂସା କରିବା ସହ ଶରୀରକୁ ସୁସ୍ଥ ରଖିବା ସହ ରକ୍ତଦାନ କରି ଅନ୍ୟକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏଭଳି ରକ୍ତଦାନ ଶିବିର ଆୟୋଜନର ଜରୁରୀ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ରକ୍ତଦାନ ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଆସିକା ସୁଗର ଟାଉନ୍ ଜେସିସ୍ ପକ୍ଷରୁ ବିଶ୍ୱ ମୈତ୍ରୀ ଦିବସ ଅବସରରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଆସିକା ସୁଗର୍ ଟାଉନ ଜେସିସ୍ର ସଂପାଦକ ଜେସି ଜଗନ୍ନାଥ ପଢିଆରୀ, କୋଷାଧ୍ୟକ୍ଷ ଜେସି ସିଏଚ୍. ଶୁଭମ୍ ପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଜେସି ଏସ୍.ସତ୍ୟନାରାୟଣ ପାତ୍ର, ସକ୍ରିୟ ସଦସ୍ୟ ଜେସି ଲିଙ୍ଗରାଜ ପାତ୍ର, ଜେସି ଗୌରବ ପାତ୍ର, ଜେସି ବି.ଶିବଶଙ୍କର ପାତ୍ର, ଜେସି ଅନିଲ୍ କୁମାର ପୃଷ୍ଟି, ଜେସି ସଂଜୟ କୁମାର ପାତ୍ର, ଜେସି ଜିତେନ୍ଦ୍ର କୁମାର ପାତ୍ର, ଜେସି ବଦ୍ରିନାଥ ପାତ୍ର, ଜେସି କିରଣ କୁମାର ପାଢୀ, ଜେସି କେ.ସତ୍ୟନାରାୟଣ ପାତ୍ର, ଜେସି ଆଶିଷ୍ କୁମାର ପାତ୍ର, ଜେସି ସୁରେଶ କୁମାର ପାତ୍ର, ଜେସି ଟି.ସିଦ୍ଧାର୍ଥ ସୁବୁଦ୍ଧି, ଜେସି ସୁବୋଧ ରଂଜନ ନାୟକ, ଜେସି ଜିତେନ୍ଦ୍ର କୁମାର ମହାରଣା, ଜେସି ନିଗମାନନ୍ଦ ରାଉତ, ଜେସି ପ୍ରତୀକ ଆଚାରୀ, ଜେସି ଦେବାଶିଷ ସାହୁ, ଜେସି ଜିତେଶ୍ ପାତ୍ର, ଜେସି ସତ୍ୟ ପାତ୍ର, ଜେସି ବିଶେଷ ପୃଷ୍ଟି, ଜେସି ଦେବାଶିଷ ପଣ୍ଡା, ଜେସି ବସନ୍ତ ଭଂଜ, ଜେସି ସୋମଦେବ ପାତ୍ର, ଜେସି ସୁନିଲ୍ ମହାନ୍ତି, ଜେସି ସିଏଚ୍ ସନ୍ତୋଷ କୁମାର ପାତ୍ର, ଜେସି ଇଶ୍ୱର ପାତ୍ର, ଜେସି ଦିୱାନା ସୁବୁଦ୍ଧିଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଗତ ୨୦୦୫ ମସିହାରୁ ଦୀର୍ଘ ୨୦ବର୍ଷ ଧରି ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରରେ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଆସିକା ସୁଗର୍ ଟାଉନ ଜେସିସ୍ ନିରବିଚ୍ଛିନ୍ନ ଭାବେ ମେଗା ରକ୍ତଦାନ ଶିବିର ଆୟୋଜନ କରି ଆସୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ଲକ୍ଷ୍ମୀବଜାର ସ୍ଥିତ ମା’ କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଥିବା ମେଗା ରକ୍ତଦାନ ଶିବିର ଆୟୋଜନ ଅବସରରେ ଆସିକା ସୁଗର ଟାଉନ୍ ଜେସିସି ପକ୍ଷରୁ ଅତିଥି ରୂପେ ଯୋଗଦେଇଥିବା ଆସିକା ଥାନାର ସବ୍ଇନିସପେକ୍ଟର ହିମାଂଶୁ ଶେଖର ପାତ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା । ବ୍ରହ୍ମପୁର ଏମ୍କେସିଜି ରକ୍ତ ଭଣ୍ଡାର ଡାକ୍ତର ଜ୍ୟୋତି ଯାଜ୍ଞସେନୀ, ନର୍ସିଂ ଅଫିସର ଆଲୋକ କୁମାର ମହାନ୍ତି, ଲ୍ୟାବ୍ ଟେକନିସିଅନ୍ ପ୍ରଦୀପ କୁମାର ସୁବୁଦ୍ଧି, ରକ୍ତଭଣ୍ଡାରର କର୍ମଚାରୀ ରାମହରି ପଣ୍ଡା ଓ ସହାୟକ ଡମ୍ବରୁ କାର୍କୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଶ୍ୱ ମୈତ୍ରୀ ଦିବସ ଅବସରରେ ଆସିକା ସୁଗର୍ ଟାଉନ ଜେସିସ୍ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀ ବଜାର ସ୍ଥିତ ଶ୍ରୀ ଶ୍ରୀ ମା’ କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିବା ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସହରବାସୀ , ସ୍ୱେଚ୍ଛାକୃତ ରକ୍ତଦାତା ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


