ଅଞ୍ଜଳି ପଣ୍ଡାଙ୍କ ‘ଏକଲା ଚାଲିବା ଝିଅ’ପୁସ୍ତକ ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା) :ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଞ୍ଚ ଦିନବ୍ୟାପୀ ଜାରି ରହିଥିବା କଥାସମ୍ରାଟ ଫକୀରମୋହନଙ୍କ ୧୮୦ତମ ଜୟନ୍ତୀ ଓ ପରିଷଦର ୭୫ତମ ରତ୍ନୋତ୍ସବର ତୃତୀୟ ଦିବସରେ ଅଞ୍ଜଳି ପଣ୍ଡାଙ୍କ ଗଳ୍ପପୁସ୍ତକ ‘ଏକଲା ଚାଲିବା ଝିଅ’ ଶାନ୍ତିକାନନ ପରିସରରେ ଉନ୍ମୋଚିତ ହୋଇଯାଇଛି । ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ସଭାପତି ପ୍ରଫେସର ରବିନାରାୟଣ ଦାଶ ପୁସ୍ତକଟିକୁ ଉନ୍ମୋଚନ କରିଥିବାବେଳେ ‘ଅକ୍ଷାଂଶ’ର ସଂପାଦକ ଡ. ହରିଶ୍ଚନ୍ଦ୍ର ବେହେରା ଓ ‘ସାଗରିକା’ର ସଂପାଦିକା ସୈରିନ୍ଧ୍ରୀ ସାହୁ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ । ଗାଳ୍ପିକାଙ୍କ ସ୍ୱାମୀ ଉଦ୍ୟୋଗପତି ସୁଧାସିନ୍ଧୁ ପଣ୍ଡା ଓ ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଂପାଦକ ଡା. କୁମାର ଗୋପାଲ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ପଣ୍ଡାଙ୍କର ଗଳ୍ପଗୁଡ଼ିକର ଭାଷା ଅତି ସରଳ ଅଥଚ ଅନୁଭବସିଦ୍ଧ । ସେଇଥିପାଇଁ ସେଥିରୁ ମଣିଷ ଜୀବନର ପ୍ରତିଛବି ଦୃଶ୍ୟମାନ ହୁଏ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଅଞ୍ଜଳି ପଣ୍ଡା ଲେଖକୀୟ ବକ୍ତବ୍ୟ ରଖିଥିବାବେଳେ ପରିଷଦର ସଂପାଦକ ଦୀପକ ବୋଷ ପ୍ରାଗ୍‌ଭାଷ ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚଆହ୍ୱାନ କରିଥିଲେ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଗୁରୁ କମଳାକାନ୍ତଙ୍କ ସହଯୋଗରେ କୁନି ତବଲାବାଦିକା ଐଶାଣୀ ପ୍ରଧାନ ତବଲା ବାଦନ କରି ଦର୍ଶକଙ୍କ ମନ ମୋହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ନିବାରଣ ଜେନା, ସୃଷ୍ଟିଧର ପରିଡ଼ା, ଡ. ଶିରୀଶ ଚନ୍ଦ୍ର ଜେନା, ଅରୁଣା ରାୟ, ରଶ୍ମିରେଖା ପତି, ବନାନୀ ପଣ୍ଡା, ଶ୍ରେୟା ପଣ୍ଡା, ସୁକାନ୍ତ ଗିରି, କମଳାକାନ୍ତ ଆଚାର୍ଯ୍ୟ, ଅମ୍ବରିଶ ଦିଣ୍ଡା, ଅମ୍ବୁଜ କୁମାର ଦାସ, ଶଶିରଂଜନ ମଲ୍ଲିକ, ରାଜେଶ ଗିରି, ଦୀନବନ୍ଧୁ ଲେଙ୍କା, ପ୍ରଦୀପ ଚାଟ୍ଟାର୍ଜୀ, ଜ୍ୟୋତ୍ସ୍ନା ରାୟ, ନିରୁପମା ସେଠୀ, ତପନ ରାୟ, ଅର୍ଚ୍ଚନା ନନ୍ଦୀ, ମମତା ଦାସ, ଶାନ୍ତି ବିଶି, ବାସନ୍ତୀ କର, ଚିତ୍ରାରାଣୀ ପାତ୍ର, କୃଷ୍ଣା ପ୍ରଧାନ, ଶାନ୍ତିଲତା ପଣ୍ଡା, ସ୍ନିଗ୍ଧା ସାମନ୍ତରାୟ, ବାସନ୍ତୀ ଦେ, ପ୍ରୀତିଲେଖା ଦାସ, ବିଦ୍ୟାଧର ସାହୁ, ରାଧାନାଥ ରଥ, ସଂଯୁକ୍ତା ବିଶ୍ୱାଳ, ମହମ୍ମଦ ଇନାୟତ ଅଲ୍ଲୀ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ