୩ଦିନ ହେଲା ପଡିରହିଛି ମୃତଶରୀର : ଅଞ୍ଚଳଟି ଦୁର୍ଗନ୍ଧମୟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ଗୃହରେ ଗତ ୩ଦିନ ହେଲା ପଡିରହିଛି ଅଚିହ୍ନା ଯୁବତୀଙ୍କ ମୃତ ଶରୀର । ତା ୧୩-୦୧-୨୦୨୨ ରିଖ ଦିନ ନୂଆ ବସଷ୍ଟାଣ୍ଡ ପଛପଟେ ଜଣେ ଅଚିହ୍ନା ଯୁବତୀଙ୍କ ମୃତ ଶରୀର ପଡିଥିବାର ଘଟଣା ପାରଳାଖେମୁଣ୍ଡି ପୋଲିସ କୁ ଜଣାପଡିଥିଲା । ଯାହାର ମୃତ ଶରୀର କୁ ପୋଲିସ ଜବତ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଅପମୃତ୍ୟୁ ମାମଲା ୮/୨୨ କେସ୍ ରୁଜୁକରି ଶବ ବ୍ୟବଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବର୍ତମାନ ସୁଧା ମୃତ୍ୟୁବରଣ କରିଥିବା ଝୀଅଟିର ପରିଚୟ ବା ଚିହ୍ନଟ ହୋଇନଥିବାରୁ ମୃତ ଶରୀରଟି ବ୍ୟବଚ୍ଛେଦ କରାଯାଇ ଗୃହରେ ପଡିରହିଛି । ସେହି ଶବ ବ୍ୟବଚ୍ଛେଦ ଫ୍ରିଜର୍ ବ୍ୟବସ୍ଥା ନଥିବାରୁ ମୃତ ଶରୀରରୁ କମ୍ପମାନ ସୃଷ୍ଟିହୋଇ ଅଞ୍ଚଳଟି ଦୁର୍ଘନ୍ଧ ମୟ ପରିବେଶରେ ପାଲଟିଛି । ମୁଖ୍ୟ ଚିକିତ୍ସାଳୟରେ ବର୍ତମାନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଦୈନିକ ଆସୁଥିବାବେଳେ ଏବଂ ୨୦ ପୁଟ ବ୍ୟବଧାନରେ ବା ପାର୍ଶ୍ଵରେ ଆହାର କେନ୍ଦ୍ର ରହିଥିଲେ ମଧ୍ୟ ଏଥିପ୍ରତି କାହାର ଦ୍ରୁଷ୍ଟି ନାହିଁ ।


