ଅଟଳଙ୍କ ପ୍ରତିମୂର୍ତ୍ତି ଅନାବରଣ ଡିସେମ୍ବର ୨୫ରେ
ଲକ୍ଷ୍ନୌ : ଆସନ୍ତା ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହେବ। ଏହି ମହାନ୍ ଜନନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜୟନ୍ତୀରେ ଆସନ୍ତା ଡିସେମ୍ବର ୨୫ ତାରିଖରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିବେ । ବାଜପେୟୀଙ୍କ ଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହେଉଛି । ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଲୋକ ଭବନରେ ପ୍ରତିମୂର୍ତ୍ତି ଅନାବରଣ କରିବେ । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି ।


