ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର ୩ ଦିନ ବନ୍ଦ ଡାକରା

ସମ୍ବଲପୁର: ଦୀର୍ଘ ବର୍ଷ ଧରି ଓକିଲ ଓ ଜନସାଧାରଣ ମାନଙ୍କ ତରଫରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବୀରେ ଶାନ୍ତି ପୂଣ୍ଣ ଆନ୍ଦୋଳନ କରୁଥିବା ବେଳେ ଶନିବାର ଏହା ତିବ୍ର ହୋଇଛି । ଆଜି ଠାରୁ ସମ୍ବଲପୁରରେ ବନ୍ଦ ଡାକରା ଦିଆଯାଇଛି । ପଶ୍ଚିମ ଓଡିଶା ନାଗରିକ କ୍ରିୟାନୁଷ୍ଠାନ କମିଟି ଏବଂ ଓକିଲ ସଂଘ ସିଏସି ବନ୍ଦ ଏହି ଡାକରାରେ ସାମିଲ ହୋଇଛନ୍ତି । ସମ୍ବଲପୁର ବନ୍ଦ ପ୍ରଭାବରେ ସରକାରୀ ଓ ବେସରକାରୀ ସମେତ କୋର୍ଟ କଚେରି ମଧ୍ୟ ବନ୍ଦ ରହିଛି । ଆନ୍ଦୋଳନରତ ଥିବା ଦେଖି ବିଚାରପତି ମାନେ ଚାଲିଯାଇଛନ୍ତି ।କିନ୍ତୁ ଗାଡି ଚଳାଚଳ ଜାରୀ ରହିଛି । ଅନ୍ୟ ପଟେ ଆସନ୍ତାକାଲି ରବିବାର ରହିଥିବା ବେଳେ ଗୋଟିଏ ଦିନ ବିରତି ଦେଇ ପୁଣୀ ସୋମବାର ଓ ମଙ୍ଗଳବାର ଅର୍ଥାତ ୨୩ ତାରିଖ ଓ ୨୪ ତାରିଖ ଦନ ବନ୍ଦ ଡାକରା ଦିଆଯିବ ବୋଲି ଜଣାପଡିଛି । ଏହି ବନ୍ଦ ଡାକରାରେ ବଜାରର ଡାକଘର ଓ ଶିକ୍ଷାନୁଷ୍ଠାନ ଖୋଲା ରହିବ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଆନ୍ଦେ୍‌ାଳନର ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ