ଅଟୋ ଓଲଟି ଚାରିଜଣ ଗୁରୁତର, ମାନବିକତା ଦେଖାଇଲେ ସାମ୍ବାଦିକ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ରାସ୍ତା ର ହୁମ୍ମା ନିକଟ ମଦସପ ନିକଟରେ ମଙ୍ଗଳବାର ଦିବା ତିନି ଘଣ୍ଟା ସମୟ ରେ ଏକ ଅଟୋ ( ଙଊ୦୫ଠ ୦୬୯୯) ଭାରସାମ୍ୟ ହରାଇ ଓଲଟି ଯିବାଫଳରେ ଚାରିଜଣ ଗୁରୁତର ହେବାସହ ଅନ୍ୟ ମାନେ ଆହତ ହୋଇଥିବା ଜଣାପଡିଛି । ସେହିବାଟେ ଯାଉଥିବା ଯୁବ ସାମ୍ବାଦିକ ବିସ୍ମୟ ପ୍ରଧାନ ନିଜର ମାନବିକତା ଦେଖାଇ ନିଜ ସ୍କୁଟିରେ ଆହତ ମାନଙ୍କୁ ନିକଟସ୍ଥ ହୁମ୍ମା ମେଡିକାଲ କୁ ନେଇଥିଲେ । ମେଡିକାଲ ରେ ଆହତ ମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନଥିବା ବେଳେ ନିଜେ ବିସ୍ମୟ ଆହାତ ଙ୍କୁ ନିଜେ ମାଲମ ଲଗାଇଥିଲେ । ଗୁରୁତର ଆହତ ଙ୍କୁ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ବି ଆମ୍ବୁଲାନ୍ସ ନଥିବା କହିଥିଲେ । ପରେ ନିଜେ ଏକ ଅଟୋ ଭଡା କରି ଆହତ ଙ୍କୁ ଛତ୍ରପୁର ମେଡିକାଲ ପଠାଇଥିଲେ । ଗୁରୁତର ଆହତ ମାନେ ହେଲେ ଖଲ୍ଲିକୋଟ ର ଖଜରାପଲ୍ଲୀ ର ରୀନା ସେଠୀ(୩୫), ଆଲୋକ ପ୍ରଧାନ(୧୭) ନିଲି ସେଠୀ ,(୩୫), ସୁରିୟା ସେଠୀ,(୧୫), ଅଙ୍ଗାର ଗ୍ରାମର କୁମି ସେଠୀ,, (୨୮) ପ୍ରମୁଖ ।ଖବର ପାଇ ହୁମ୍ମ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।ଯୁବ ସାମ୍ବାଦିକ ଏଭଳି ସହଯୋଗ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।ସେହିପରି ହୁମ୍ମା ଫାଣ୍ଡି ଅନ୍ତର୍ଗତ ବେଲପଡା ନିକଟ ଜାତୀୟ ରାଜପଥ ରେ ଦିବା ଏଗାର ଘଣ୍ଟିକା ସମୟ ରେ ଏକ ଅଟୋ,( ୦ଊ୦୨ଇଉ୭୯୩୪) ପଛ ପଟୁ ଏକ ଟ୍ରାକ୍ଟର ଧକାଦେବା ଫଳରେ ଅଟୋରେ ବସିଥିବ ପାଞ୍ଚ ଜଣ ଆହତ ହୋଉଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନେ ଦିଗପହାଣ୍ଡି ଅଞ୍ଚଳର ବୋଲି ଜଣାପଡିଛି ।