ଅଟୋ ଓଲଟି ୩ଆହତ

ହାଟଡିହିି, (ବିକାଶ ବିଶ୍ୱାଳ):ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବାବେଳେ ଶଙ୍କଟପାଲିଆ ଛକ ନିକଟରେ ଏକ ଅଟୋ ଓଲଟି ପଡି ୩ଜଣ ଆହତ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଆଜି ହଦଗଡରୁ କିଛି ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଏକ ଅଟୋରେ ଆସୁଥିବାବେଳେ ଶଙ୍କଟପାଲିଆ ଛକ ନିକଟରେ ଭାରସାମ୍ୟ ହରାଇ ଅଚାନକ ଅଟୋଟି ଓଲଟି ପଡିଥିଲା । ଏଥିରେ ଥିବା ୭ଜଣ ଯାତ୍ରୀ ଥିବାବେଳେ ତିନିଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଆମ୍ବୁଲାନସ ଡକାଇ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ