ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ୩ ଆହତ, ଜଣେ ଗୁରୁତର
କୋଦଳା-(ଗୁଲସନ୍ କୁମାର କର)କୋଦଳା ଥାନା ଅନ୍ତର୍ଗତ ବାଲିପୋଇ ନିକଟରେ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକ ସମେତ ତିନି ଜଣ ଆହତ ହୋଇଥିବାବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି କ୍ଷ ପ୍ରାପ୍ତ ସୂଚନା ଅନୁଯାୟୀ କୁମ୍ଭାର ଗାଁ ପଂଚାୟତ ଅନ୍ତର୍ଗତ କୁମାରୀପାରୀ ଗ୍ରାମର ଅଜୟ ଜାନି ଓ ବେଗୁନିଆ ଡିହର ଆକୁଳ ନାହାକ ଏକ ନୁଆଁ ପଲସର ବାଇକ ଯୋଗେ କୌଣସି କାମରେ କୋଦଳା ଯାଇ ଫେରୁଥିବା ବେଳେ କଞ୍ଚଣାପଟୁ ଏକ ଅଟୋ (ଙଊ୦୭ଘ୩୬୭୮)କୋଦଳା ଅଭିମୁଖେ ଯାଉଥିବା ବେଳେ ବାଲିପୋଇ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା କ୍ଷ ଫଳରେ ବାଇକ ଚାଳକ ଅଜୟ, ଆକୁଳ, ଅଟୋ ଚାଳକ ଏବଂ ଅଟୋରେ ବସିଥିବା ଜଣେ ମହିଳା ଆହତ ହୋଇଥିଲେ କ୍ଷ ସମସ୍ତଙ୍କୁ ଏକ ଅଟୋ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ଅଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି କ୍ଷ ଦୁର୍ଘଟଣା ଏତେ ଜୋର ଥିଲାଯେ ଅଟୋଟି ବଙ୍କା ହେବାସହ ପଲସଇ ବାଇକର ଆଗ ଚକ ଅଲଗା ହୋଇଯାଇଥିଲା କ୍ଷ ବାଲିପୋଇ ନିକଟସ୍ଥ କୋଦଳା – କଞ୍ଚଣା ମୁଖ୍ୟ ରାସ୍ତାରେ ପରିବା ବେପାର ଚାଲୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଥିବା ଦେଖଣାହାରୀ ପ୍ରକାଶ କରିଛନ୍ତି