ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ରମ୍ଭା କଲେଜ ନିକଟ ମେଣ୍ଢାପଲ୍ଲୀ ଗ୍ରାମ ଠାରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଫଳରେ ଅଟୋରେ ବସିଥିବା ୭ ଜଣ ଶିଶୁ, ୪ ମହିଳା ଆହାତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ମହିଳାମାନେ ହେଲେ ସଜନୀ ଦାସ, ରଚନା ଦାସ, ନୟନ ଦାସ ଓ ଟୁନି ଦାସ ଏବଂ ଦୀପକ ଦାସା(୧୦), ମାନସୀ ଦାସ(୫), ରବୀନ୍ଦ୍ର ଦାସ(୮), ଚିଣ୍ଟୁ ଦାସ(୩) ଓ କାହ୍ନୁ ଦାସ(୧୦) ପ୍ରମୁଖ ବେଗୁନିଆପଡା ବ୍ଲକ ନୂଆପଲ୍ଲୀ ଗ୍ରାମର ବୋଲି ଜଣାପଡିଛି । ରଚନା ଓ ନୟନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଛି । ସୂଚନା ନୁସାରେ, ରମ୍ଭା ଅଞ୍ଚଳରେ ଜଣଙ୍କ ଶିଶୁର ମକେରେଶ୍ୱର ଠାରେ ବାଳକଡା ଭୋଜି ଖାଇ ଏକ ଅଟୋ ମାଧ୍ୟମରେ ବେଗୁନିଆପଡା ବ୍ଲକ ନୂଆପଲ୍ଲୀ ଗ୍ରାମକୁ ଫେରୁଥିବା ବେଳେ ରମ୍ଭା କଲେଜ ନିକଟ ମେଣ୍ଢାପଲ୍ଲୀ ଗ୍ରାମ ଠାରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ହେଲେ ସେଥିରେ ବସିଥିବା ମହିଳା ଓ ଶିଶୁ ସମେତ ୧୧ ଜଣ ଆହତ ହୋଇଥିଲେ । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ