ଅଟୋ ସହ ଗଞ୍ଜେଇ ଜବତ, ଜଣେ ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ଅବକାରୀ ବିଭାଗ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ନିଦେଶ କ୍ରମେ ମୋହନା ଅବକାରୀ ବିଭାଗ ଏସ ଆଇ ପ୍ରଶ୍ନ ପଟେଲ ଓ ଟିମ ପେଟ୍ରୋଲିଙ୍ଗ କଲା ବେଳେ ରାଜନସାହି ଛକ ନିକଟରୁ ଅଟୋ ସହ ଗଞ୍ଜେଇ ଜବତ କରିଛି l ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ରାଇଜୁକା ଗ୍ରାମର ହେମନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l ଉକ୍ତ ଗଞ୍ଜେଇ ଗଜପତି ରୁ ଗଞ୍ଜାମ ଜ଼ିଲ୍ଲାକୁ ଚାଲାଣ ହେଉଥିଲା l ଜବତ ଗଞ୍ଜେଇ ର ଓଜନ ୯୬କେଜି ହୋଇଥିବା ବେଳେ ମୂଲ୍ୟ ୧୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ମୋହନା ଅବକାରୀ ଥାନା ଅଧିକାରୀ ସୁଧାଂଶୁ ମୁଣ୍ଡା ସୂଚନା ଦେଇଛନ୍ତି ଏଥିରେ ଅନ୍ୟ କିଛି ବ୍ୟକ୍ତି ସହ ଜଣେ ଶିକ୍ଷକ ସମ୍ପୃକ୍ତ ଅଛନ୍ତି ବଲି ସୂଚନା ମେଳିଛି ବିଭାଗ ପକ୍ଷରୁ