ଅଡବା ଥାନା୧୦କୋଟି, ରା.ଉଦୟଗିରି ଥାନାରେ୧୩କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ତତ୍ୱାବଧାନ ରେ ଅଡବା ଥାନା ଅଧିକାରୀ ଆନନ୍ଦ ପାତ୍ର ଓ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ପୋଲିସ ଟିମ ଅବକାରୀ ବିଭାଗ ରାଜସ୍ବ ବିଭାଗ ମିଳିତରେ ଆଜି ରାଇପଙ୍କା ପଞ୍ଚାୟତର ଶିକିଲିମା ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ହଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଡ଼ାଉକରି ୫୨ଏକର ଜାଗାରେ୧୦କୋଟି ର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି | ସେହିପରି ରା.ଉଦୟଗିରି ଥାନା ଅଧିକାରୀଣିମମତା ନାୟକ ଓ ତାଙ୍କ ଟିମ ଅବକାରୀ ବିଭାଗ ଅତିରିକ୍ତ ତହସିଲଦାର ନୂଆଗଡ଼ ଆଶିଷ କୁମାର ପ୍ରଧାନ ଉପସ୍ଥିତ ରେ ସୁନ୍ଦରଡ଼ାଙ୍ଗ ପଞ୍ଚାୟତର ସୁନ୍ଦରଡ଼ାଙ୍ଗ ନିକଟସ୍ଥ ଜଙ୍ଗଲ ଜମିରେ ୬୬ ଏକର ଜାଗାରେ ବେଆଇନ ଭାବେ ହଇଥିବା ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି | ଏହାର ମୂଲ୍ୟ ୧୩ କୋଟି ହେବ ବୋଲି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ