ଗଜପତି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ଜାତୀୟ ପ୍ରାଧୂକରଣ ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୂକାରଣ, କଟକ’ଙ୍କ ନିର୍ଦ୍ଦେଶ ଅନୁସାରେ ୨୦୨୬ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି , ଆର୍: ଉଦୟଗିରି, ମୋହନା ଓ କାଶୀନଗର ଗ୍ରାମ ନ୍ୟାୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ସମୁଦାୟ 3, 835 ଗୋଟି ମାମଲା ଗ୍ରହଣ କରାଯାଇଥିଲା. ଏଥିରୁ 2,498 ଗୋଟି ମାମଲାର ସଫଳ ସମାଧାନ ହୋଇପାରିଛି. ଏହି ମାମଲା ଗୁଡିକରୁ ସର୍ବମୋଟ 8,42,425  ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୂକରଣର ଅଧ୍ୟକ୍ଷ ଜଗଦୀଶ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ପତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସ ଜିଲ୍ଲା କୋର୍ଟର ପରିବାର ଅଦାନ ଅଦାଲତର ବିଚାରପତି ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଓ ସେସନସ ଜଜ୍ ଜଜ୍ ବିଭୁ ପ୍ରସାଦ ପଣ୍ଡା,  ସତ୍ଯ ନାରାୟଣ ପାତ୍ର, ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ବିଶେଷ ଅଦାଲତ), ପାରଳାଖେମୁଣ୍ଡି; ପ୍ରସନ୍ନ କୁମାର ବେହେରା ରେଜିଷ୍ଟ୍ରାର, ସିଭିଲ୍ କୋର୍ଟ, , ଗଜପତି; ରସ୍ମିତା ସାହୁ, ସିଭିଲ୍ ଜଜ୍ (ସିନିୟର ଡିଭିଜନ), ମହିଳା ଅଦାଲତ ପାରଳାଖେମୁଣ୍ଡି:  ବିଷ୍ଣୁପ୍ରିୟା ସାମନୁରାୟ, -ଏସ୍‌ଡିଜେଏମ୍, ପାରଳାଖେମୁଣ୍ଡି: ଏବଂ ଶ୍ରୀ ସତ୍ୟଜିତ ପାଣି -ଜେଏମଏଫସି, ପାରଳାଖେମୁଣ୍ଡି ଉପସ୍ଥିତରହି ନିଜ ନିଜ ଅଦାଲତରେ ଲୋକ ଅଦାଲତର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ। ଏହାସହିତ ଶ୍ରୀମତୀ ସୌଦାମିନୀ ବିଶ୍ବାଳ ସିଭିଲ୍ ଜଜ୍ (ସିନିୟର ଡିଭିଜନ), ଆର୍. ଉଦୟଗିରି; ତରୁଣ କୁମାର ସେଠୀ, ଜେଏମଏଫସି, ଆର୍. ଉଦୟଗିରି; ସୁଭଜିତ ବେହେରା, ଜେଏମଏଫସି, ମୋହନା; ଏବଂ ମୋନାଲି ବେହେରା, ଜେଏମଏଫସି-କମ୍-ଗ୍ରାମ ନ୍ୟାୟାଧୂକାରୀ, କାଶୀନଗର ମଧ୍ୟ ନିଜ ନିଜ ଅଦାଲତରେ ଲୋକ ଅଦାଲତ ଆୟୋଜନ କରିଥିଲେ। ଏହି ଲୋକ ଅଦାଲତ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ସମେତ ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ବିଭାଗର ପ୍ରତିନିଧୂମାନେ ଅଂଶଗ୍ରହଣ କରିଥିଲେ ଏବଂ ଉଭୟ ପକ୍ଷର ସମ୍ମତିରେ ଅନେକ ମାମଲାର ସମାଧାନ କରା ଯାଇଥିଲା। ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ସର୍ବମୋଟ ୩,୮୩୫ଟି ମାମଲା ଗ୍ରହଣ କରା ଯାଇଥିବା ବେଳେ ୨’୪୯୮ଟି ମାମଲାର ସଫଳ ସମାଧାନ କରା ଯାଇଥିଲା ଏବଂ ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ