ଅଣଦେଖା ପ୍ରତିବାଦରେ ଜିଲ୍ଲା ଯୋଜନା ବୋର୍ଡ ବୈଠକ ବର୍ଜନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଠାରେ ଗଜପତି ଜିଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଭାଜପାଏବଂ କଂଗ୍ରେସ ଦଳର ଜିଲା ପରିଷଦ ସଭ୍ୟମାନେ ପ୍ରଥମେ ତାଙ୍କୁ ଅଣଦେଖା କରାଯାଇ ସାଶକ ଦଳ ଇଂଙ୍ଗିତରେ ସମସ୍ତ ଉନ୍ନୟନ କାର୍ଯ୍ୟ କରାଯାଉଛି ବୋଲି ସେମାନେ ବୈଠକ କକ୍ଷ ତ୍ୟାଗ କରିଥିଲେ । ପରେ ଏହି ସଭ୍ୟମାନଙ୍କୁ ସମର୍ଥନ ଜଣାଇ ଜିଲା ପରିଷଦଲଆଧ୍ୟ କ୍ଷା ଅନିତାରାଣୀ ବେହେରା, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାସରଥି ଗମାଙ୍ଗ ମଧ୍ୟ ବୈଠକ ସ୍ଥଳ ପ୍ରତ୍ୟାକ୍ଷାନ କରିଥିଲେ । ଏହାର କାରଣ ସମ୍ପର୍କରେ ସେମାନଙ୍କୁ ପଚରାଯିବାରୁ ବିଧାୟକ କହିଥିଲେଯେ, ଜିଲାର ସମସ୍ତ ଉନ୍ନୟନ କାର୍ଯ୍ୟରେ ଶାସକ ଦଳ ହସ୍ତକ୍ଷେପ କରୁଥିବାବେଳେ ବିରୋଧି ଦଳର ବିଧାୟକ ଏବଂ ଜିଲାପରିଷଦ ସଭ୍ୟ ମାନଙ୍କୁ ଅଣଦେଖା କରାଯିବାସହ ସେମାନଙ୍କୁ କୈଣସି ପ୍ରକଳ୍ପ ବିଷୟରେ କୁହାଯାଉ ନାହିଁ କିମ୍ବା ସେମାନଙ୍କ ହସ୍ତ କ୍ଷେପ ଲୋଡାଯାଉ ନାହିଁ । ଜିଲା ପ୍ରସାଶନ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରୁଥିବା ବେଳେ ଭାଜପା ଓ କଂଗ୍ରେଶ ଦଳର ନିର୍ବାଚିତ ପ୍ରତିନିଧି ମାନଙ୍କୁ କୈଣସି ଉନ୍ନୟନ କାର୍ଯ୍ୟ କରିବା ପାଇଁ ସୂଯୋଗ ମିଳୁନାହିଁ ବୋଲି ଆଭିଯୋଗ କରିଥିଲେ । ଏହିସବୁ ନିର୍ବାଚିତ ପ୍ରତିନିଧିମାନେ କକ୍ଷ ତ୍ୟାଗ କରିବାପରେ ଯୋଜନା କମିଟି ବୈଠକ ଚାଲିଥିଲେ ମଧ୍ୟ ବୈଠକରେ ସରଗରମ ରହିନଥିଲା । ଗଜପତି ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜନଜାତି ବିବଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ଏହି ବୈଠକ ଚାଲୁରହିଥିଲା ଏବଂ ଏଥିରେ ଜିଲାର ୨୦୧୯-୨୦ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତାଲିକା ଏବଂ ବ୍ୟୟ ଅଟକଳ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟତଃ ବିଭିନ୍ନ ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, ଜନସେଚନ, ବିଦ୍ୟୁତ, ଗମନାଗମନ, ଆବାସିକ ଯୋଜନା ଇତ୍ୟାଦି କାର୍ଯ୍ୟ କିପରି ତ୍ୱରାନ୍ୱିତ ହେବ ଆଲୋଚନା ହୋଇଥିଲା ଏବଂ ଏହିସବୁ ଉନ୍ନୟନ କାର୍ଯ୍ୟପାଇଁ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ବିଭିନ୍ନ କାର୍ଯ୍ୟ ଏବଂ ଆଗକୁ କିପରିଭାବେ କାର୍ଯ୍ୟପନ୍ଥା ସ୍ଥିର ହୋଇଛି ସେ ବିଷୟରେ ମତ୍ତ ଉପସ୍ଥାପନା କରିଥିଲେ ହେଲେ ବୈଠକରେ ଅଧିକାଂଶ ଜନପ୍ରତିନିଧି ବର୍ଜନକରି ଅନୁପସ୍ଥିତ ରହିଥିବାରୁ କୋରମ ଅଭାବରୁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିନଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରସେଖର ସାହୁ, ଜିଲାପାଳ ଅନୁପମ ସାହା, ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନର୍ଦ୍ଧେଶକ ସରୋଜ ବେହେରା ପ୍ରମୁଖଙ୍କ ସହ ଆନ୍ୟାନ୍ୟ ବିଭାଗୀୟ ଆଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ