ଅଣାଛକରେ ଦୁଇ ବାଇକ ଧକ୍କା, ଦୁଇ ଆହତ, ଜଣେ ଗୁରୁତର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାର ଅଣାଛକ ନିକଟରେ ଆଜି ଦିନ ୨ଟାବେଳେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇଜଣ ବାଇକ ଆରୋହୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ହାଟଡିହି ଦମକଳ ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଆହତ ଦୁଇଜଣଙ୍କ ମଧ୍ୟରୁ ଜଣେ ମୋଚିନ୍ଦା ଗ୍ରାମରେ ହୋଇଥିବାବେଳେ ଅନ୍ୟଜଣେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସିଆରସିସି ସୁମନ୍ତ ନାୟକ ବୋଲି ଜଣାଯାଇଛି । ଦୁର୍ଘଟଣା ଖବର ପାଇ ହାଟଡିହି ଏବିଇଓ ସୁରେଶ କୁମାର ଜେନା ଆନନ୍ଦପୁର ମେଡିକାଲରେ ପହଞ୍ଚି ସୁମନ୍ତଙ୍କ ସ୍ୱାସ୍ତ୍ୟବସ୍ଥା ପଚାରି ବୁଝିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।