ସଶସ୍ତ୍ର ସେନା ପତାକା ଦିବସ ପାଳିତ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):ଦେଶ ସେହି ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ ସୀମା ସୁରକ୍ଷିତ। ଆଜି ଆମେ ଘର ମଧ୍ୟରେ ନିଶ୍ଚିତରେ ରହିପାରୁଛନ୍ତି, କାରଣ ଆମ ସେନାର ଯବାନମାନେ ୨୪ଘଣ୍ଟା ସୀମାରେ ପଇଁତରା ମାରୁଛନ୍ତି। ଅନେକ ସମୟରେ ଦେଶରସୁରକ୍ଷାପାଈଁ ଏହି ସୈନିକ ମାନେ ପ୍ରାଣବଳି ଦେଇଥାନ୍ତି। ଜଣେ ସୈନିକ ସହିଦ ହେବା ପରେ ସରକାରଙ୍କ ପକ୍ଷରୁ କରାଯାଉଥିବା ଆର୍ଥିକ ସହଯୋଗ ପର୍ଯ୍ୟାପ୍ତ ନୁହେଁ।ଭାରତ ସ୍ୱାଧୀନ ହେବା ପରେ ସେନା କର୍ମଚାରୀଙ୍କ କଲ୍ୟାଣ ପାଈଁ ୨୮ଅଗଷ୍ଟ ୧୯୪୯ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ୭ଡିସେମ୍ବର ରେ ପତାକା ସଶସ୍ତ୍ର ସେନା ପତାକା ଦିବସ ପାଳନ କରିବା ଲାଗି ସ୍ଥିର କରାଯାଇଥିଲା। ଦେଶର ଏକତା ଓ ଅଖଣ୍ଡତା ପାଈଁ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଏହିଦିନ ସ୍ମରଣ କରାଯିବା ସହ ସେମାନଙ୍କ ନିମନ୍ତେ ଏହିଦିନ ପାଣ୍ଠି ସଂଗ୍ରହ ମଧ୍ୟ କରାଯାଇଥାଏ।ଏହିଦିନ ଲୋକମାନଙ୍କୁ ପତାକା ବଣ୍ଟାଯାଇ ପ୍ରତିବଦଳରେ ପାଣ୍ଠି ସଂଗ୍ରହ କରାଯିବା ନେଇ ସ୍ଥିର କରାଯାଇଥିଲା।କାର୍ଯ୍ୟରତ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ, ଯୁଦ୍ଧରେ ଆହତ ସେନା କର୍ମଚାରୀଙ୍କ ପରିବାର କଲ୍ୟାଣ ନିମନ୍ତେ ଏହିଦିନ ପାଣ୍ଠି ସଂଗ୍ରହ କରାଯାଏ।ଲୋକଙ୍କୁ ଲାଲ ଏବଂ ନୀଳ ରଙ୍ଗର ପତାକାର ଷ୍ଟିକର ଦେଇ ପାଣ୍ଠି ସଂଗ୍ରହ କରାଯାଇଥାଏ। ଏହି କୋଷରେ ସହିଦ ହୋଇଥିବା ସୈନିକ ପରିବାର, ଆଘାତପ୍ରାପ୍ତ ସୈନିକଙ୍କର କଲ୍ୟାଣ ରେ ସହାୟତା କରାଯାଇଥାଏ। ପ୍ରଥମେ ପ୍ରତିରକ୍ଷା ମନ୍ତ୍ରାଳୟ କମିଟିଦ୍ୱାରା ଫ୍ଲାଗ ଡେ ଫଣ୍ଡ (ପତାକା ଦିବସ ପାଣ୍ଠି )୧୯୪୯ରେ ଗଠନ କରାଯାଇଥିଲା। ଏହି ଦିବସ ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୂର୍ବତନ ସାମରିକ କର୍ମଚାରୀ ସଙ୍ଘ ତରଫରୁ ସହିଦ ଯବାନ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ୨୯ତମ ପୂର୍ବତନ ସାମରିକ କର୍ମଚାରୀ ସଙ୍ଘ ତରଫରୁ ଜନ୍ମମହୋତ୍ସବ ପାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପୂର୍ବତନ ସାମରିକ କର୍ମଚାରୀ ସଙ୍ଘ ସଭାପତି ଭେଟେରାନ ଭାସ୍କର ପରିଡା ସଭାପତିତ୍ବ ରେ ମୁଖ୍ୟ ଅତିଥି ଲେ କର୍ଣ୍ଣଲ ଦେବରାଜ ମଲ୍ଲିକ, ବରେଣ୍ୟ ଅତିଥି ବିଗ୍ରେ ଡିୟର ଅଭିମନ୍ୟୁ ରାଉତ, ସଂମ୍ମାନିତ ଅତିଥି କମାଣ୍ଡର ଅଭିଜିତ ତ୍ରିପାଠୀ, ଅସ୍ତରଙ୍ଗ ପୂର୍ବତନ ସାମରିକ କର୍ମଚାରୀ ସଙ୍ଘ ସଭାପତି ସୁରେଶ କୁମାର ସ୍ୱାଇଁ, ସମ୍ପାଦକ ନରେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଭେଟେରାନ ଅଭୟ କୁମାର କାନୁନଗୋ।ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ପ୍ରଦୀପ ପ୍ରଜ୍ବଳନ ଓ ଶ୍ରଦ୍ଧା ସୁମନ ଅର୍ପଣ ପରେ ମଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କେଦାର ମୁରୁଣୀ, ପ୍ରଫୁଲ୍ଲ ପରିଡା, କିଶୋର ମୁଦୁଲି ଙ୍କ ସହ ଶତାଧିକ ଅବସରପ୍ରାପ୍ତ ପୂର୍ବତନ ସାମରିକ କର୍ମଚାରୀ ଉପସ୍ଥିତ ଥିଲେ।ଶେଷ ରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଙ୍କୁ ସୁରେଶ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ