ଅଣା ଛକ ନିକଟରେ ଖଣି ଅଧିକାରୀଙ୍କ ଦ୍ଵାରା ବାଲି ବୋଝେଇ ହାଇୱା ଜବଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଖଣି ବିଭାଗର ଅଧିକାରୀ ତାରିଣୀ କୁମାର ସିଂ ଆଜି ମଧ୍ୟାହ୍ନ ସମୟରେ ଆନନ୍ଦପୁର ଭଦ୍ରକ ରାସ୍ତାର ଅଣା ଛକ ନିକଟରେ ଅତର୍କିତ ଚଢ଼ାଉ କରି ଦୁଇଟି ବାଲି ବୋଝେଇ ହାଇୱା ଜବଦ କରିଛନ୍ତି। ହାଇୱା ଜବଦ ବେଳେ ହାଇୱା ଚାଳକ ମାନେ ଗାଡି ରଖିଦେଇ ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଛି। ପରେ ଦୁଇ ଗାଡିର ମାଲିକ ପହଁଚିବା ପରେ ଦୁଇଟି ଗାଡିରୁ ୯୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଖଣି ଅଧିକାରୀ ସୂଚନା ଦେଇଛନ୍ତି।