ଅଣ୍ଡରା ଭାରପ୍ରାପ୍ତ ସରପଂଚଙ୍କ ବିରୋଧରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରା ଗ୍ରାମପଂଚାୟତର ୱାର୍ଡସଭ୍ୟସଭ୍ୟାମାନେ ସୋମବାର ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ସେହି ପଂଚାୟତର ଭାରପ୍ରାପ୍ତ ସରପଂଚଙ୍କ ବିରୋଧରେ ସରକାରୀ ଅର୍ଥର ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଅଣ୍ଡରା ପଂଚାୟତର ଭାରପ୍ରାପ୍ତ ସରପଂଚ ଭାବେ ୨ବର୍ଷରୁ ଅଧିକ ସମୟଧରି ରହିଥିବା ନାୟବ ସରପଂଚ ସେହି ପଂଚାୟତର ବିଭିନ୍ନ ଛକ ଯାଗାରେ ଲଗାଇଥିବା ଷ୍ଟ୍ରିଟ ଲାଇଟ କିଣାରେ ବ୍ୟାପକ ଦୁର୍ନିତି କରିଥିବା ସହ ଅନ୍ତଦ୍ୟୋୟ ହିତାଧିକାରୀ ଚୟନରେ ଜାଲିଆତି,ପଂଚାୟତରେ ଥିବା ସ୍ଥାଇ ଜମା ଅର୍ଥର ଅନୀୟମିତତା ଭାବେ ଉଠାଣ,ବାଲି ଫିଲିଙ୍ଗ ବିଲରେ ଜାଲିଆତି ଏବଂ ପାଇଖିନା ଆବଂଟନରେ ହିତାଧିକାରୀଙ୍କ ଠାରୁ ପିସି ଆଦାୟ ଭଳି ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବତନ ସରପଂଚ ଉପେନ୍ଦ୍ର ମଲ୍ଲିକଙ୍କୁ ବହିଷ୍କାର ପରେ ଗତ ୨୦୧୭ମସିହା ଅକ୍ଟୋବରମାସ ୧୧ତାରିଖ ଠାରୁ ଦୀର୍ଘ ୨ବର୍ଷରୁ ଉଦ୍ଧ୍ୱର୍ ହେବ ସରପଂଚ ଦାୟିତ୍ୱରେ ଥିବା ନାଏବ ସରପଂଚଙ୍କ ସ୍ୱାମୀ ବାରମ୍ବାର ଅନଧିକାର ଭାବେ ପଂଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା ଓ ୱାର୍ଡସଭ୍ୟସଭ୍ୟାମାନଙ୍କୁ ର୍ଦୁବ୍ୟବହାର କରିବା ଓ ସାଧାରଣ ଲୋକ ତାଙ୍କ ବ୍ୟବହାରରେ ଅତ୍ୟନ୍ତ ଅତିଷ୍ଠ ହୋଇପଡିଥିବାରୁ ତୁରନ୍ତ ସେହି ଭାରପ୍ରାପ୍ତ ସରପଂଚଙ୍କ ଏଭଳି କାର୍ଯ୍ୟର ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏତଦବ୍ୟତିତ ତୁରନ୍ତ ସରପଂଚ ପଦ ନିମନ୍ତେ ନିର୍ବାଚନ କରାଯିବାକୁ ମଧ୍ୟ ଅଭିଯୋଗକାରୀମାନେ ଦାବି କରିଥିଲେ । ପୂର୍ବତନ ସମିତି ସଭ୍ୟ ଅଭୟ କୁମାର ସ୍ୱାଇଁ,ପୂର୍ବତନ ସରପଂଚ ସଞ୍ଜୟ କୁମାର ମଲ୍ଲିକ,ୱାର୍ଡ ସଭ୍ୟ ଅମିତ ମଲ୍ଲିକ,ଛବିତା ଜେନା, ବିଜୟ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ସ୍ୱାଇଁ,ଅନନ୍ତ କୁମାର ମଲ୍ଲିକ ପ୍ରମୁଖ ଶତାଧିକ ପଂଚାୟତର ୱାର୍ଡସଭ୍ୟସଭ୍ୟା ଓ ନାଗରିକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଡରା ଗ୍ରାମପଂଚାୟତର ୱାର୍ଡସଭ୍ୟସଭ୍ୟାମାନେ ସୋମବାର ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ସେହି ପଂଚାୟତର ଭାରପ୍ରାପ୍ତ ସରପଂଚଙ୍କ ବିରୋଧରେ ସରକାରୀ ଅର୍ଥର ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଅଣ୍ଡରା ପଂଚାୟତର ଭାରପ୍ରାପ୍ତ ସରପଂଚ ଭାବେ ୨ବର୍ଷରୁ ଅଧିକ ସମୟଧରି ରହିଥିବା ନାୟବ ସରପଂଚ ସେହି ପଂଚାୟତର ବିଭିନ୍ନ ଛକ ଯାଗାରେ ଲଗାଇଥିବା ଷ୍ଟ୍ରିଟ ଲାଇଟ କିଣାରେ ବ୍ୟାପକ ଦୁର୍ନିତି କରିଥିବା ସହ ଅନ୍ତଦ୍ୟୋୟ ହିତାଧିକାରୀ ଚୟନରେ ଜାଲିଆତି,ପଂଚାୟତରେ ଥିବା ସ୍ଥାଇ ଜମା ଅର୍ଥର ଅନୀୟମିତତା ଭାବେ ଉଠାଣ,ବାଲି ଫିଲିଙ୍ଗ ବିଲରେ ଜାଲିଆତି ଏବଂ ପାଇଖିନା ଆବଂଟନରେ ହିତାଧିକାରୀଙ୍କ ଠାରୁ ପିସି ଆଦାୟ ଭଳି ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବତନ ସରପଂଚ ଉପେନ୍ଦ୍ର ମଲ୍ଲିକଙ୍କୁ ବହିଷ୍କାର ପରେ ଗତ ୨୦୧୭ମସିହା ଅକ୍ଟୋବରମାସ ୧୧ତାରିଖ ଠାରୁ ଦୀର୍ଘ ୨ବର୍ଷରୁ ଉଦ୍ଧ୍ୱର୍ ହେବ ସରପଂଚ ଦାୟିତ୍ୱରେ ଥିବା ନାଏବ ସରପଂଚଙ୍କ ସ୍ୱାମୀ ବାରମ୍ବାର ଅନଧିକାର ଭାବେ ପଂଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରିବା ଓ ୱାର୍ଡସଭ୍ୟସଭ୍ୟାମାନଙ୍କୁ ର୍ଦୁବ୍ୟବହାର କରିବା ଓ ସାଧାରଣ ଲୋକ ତାଙ୍କ ବ୍ୟବହାରରେ ଅତ୍ୟନ୍ତ ଅତିଷ୍ଠ ହୋଇପଡିଥିବାରୁ ତୁରନ୍ତ ସେହି ଭାରପ୍ରାପ୍ତ ସରପଂଚଙ୍କ ଏଭଳି କାର୍ଯ୍ୟର ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏତଦବ୍ୟତିତ ତୁରନ୍ତ ସରପଂଚ ପଦ ନିମନ୍ତେ ନିର୍ବାଚନ କରାଯିବାକୁ ମଧ୍ୟ ଅଭିଯୋଗକାରୀମାନେ ଦାବି କରିଥିଲେ । ପୂର୍ବତନ ସମିତି ସଭ୍ୟ ଅଭୟ କୁମାର ସ୍ୱାଇଁ,ପୂର୍ବତନ ସରପଂଚ ସଞ୍ଜୟ କୁମାର ମଲ୍ଲିକ,ୱାର୍ଡ ସଭ୍ୟ ଅମିତ ମଲ୍ଲିକ,ଛବିତା ଜେନା, ବିଜୟ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ସ୍ୱାଇଁ,ଅନନ୍ତ କୁମାର ମଲ୍ଲିକ ପ୍ରମୁଖ ଶତାଧିକ ପଂଚାୟତର ୱାର୍ଡସଭ୍ୟସଭ୍ୟା ଓ ନାଗରିକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ