ଅତିରିକ୍ତ ତହସିଲଦାରଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ବିଭିନ୍ନ ଶୈବପୀଠ, ମନ୍ଦିର ପରିଦର୍ଶନ କରି ମନ୍ଦିର ପାଖରେ ୨ରୁ ଅଧିକ ଲୋକ ରହି ପାରିବେ ନାହିଁ ବୋଲି ଲୋକ ମାନଙ୍କୁ ସଚେତନ କରାଇଥିଲେ । ସାମାଜିକ ଦୂରତା ଅବଲମ୍ବନ, ମାକ୍ସ ବ୍ୟବହାର ବାଧ୍ୟତାମୂଳକ ବୋଲି କହିଥିଲେ । ଏହି ଅବସରରେ ସେ ଗୋପିନାଥପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକ ମାନଙ୍କୁ ସଚେତନ କରାଇବା ସହିତ ଅସହାୟ ଓ ଦୁସ୍ଥ ଲୋକ ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଯୋଗାଇ ଦିଆଯାଉଥିବା ରନ୍ଧାଖାଦ୍ୟ ଠିକ୍ ଭାବେ ଦିଆଯାଉଛି କି ନାହିଁ ତାହା ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ