କୋଭିଡ୍-୧୯ କାର୍ଯ୍ୟ ତଦାରଖ କଲେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବନ୍ତ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି କୋଭିଡ୍-୧୯ ସଂପର୍କୀତ ପଞ୍ଚାୟତ ସ୍ତରୀୟ ସାମୟିକ ସ୍ୱାସ୍ଥ୍ୟ ଶିବିର, ଅସହାୟ, ଦୁସ୍ଥ ଓ ଗରିବ ଲୋକଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଯୋଗାଇ ଦିଆଯାଉଥିବା ରନ୍ଧାଖାଦ୍ୟ ଠିକ୍ ଭାବେ ଦିଆଯାଉଛି କି ନାହିଁ ତାହା ତଦାରଖ କରିଥିଲେ । ପରିଦର୍ଶନ ସମୟରେ ଓଡଙ୍ଗ ସରପଞ୍ଚ କିଶୋର କିଙ୍କର ପଢିଆରୀ, ବଡବର୍ଚ୍ଚିକୟାଁ ସରପଞ୍ଚ ବିଷ୍ଣୁ ମୋହନ ଯେନା, ଅଣିଜୋ ସରପଞ୍ଚ ଜଗବନ୍ଧୁ ବେହେରା ନିଜ ନିଜ ପଞ୍ଚାୟତରେ ଉପସ୍ଥିତ ରହି ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ ।


