ଅତିଶୀଘ୍ର ଜାରି ହେବ ୨ଠଠ-୫ଠଠଟଙ୍କିଆ ନୋଟ୍
ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍ବିଆଇ) ମହାତ୍ମା ଗାନ୍ଧୀ(ନୂଆ) ସୀରିଜ୍ରେ ୨୦୦ ଓ ୫୦୦ଟଙ୍କିଆ ନୂଆ ନୋଟ୍ ଜାରି କରିବ । ଏହି ନୂଆ ନୋଟ୍ରେ ଆର୍ବିଆଇ ବର୍ତ୍ତମାନର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ । କେନ୍ଦ୍ର ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଜାରି ସମସ୍ତ ମହାତ୍ମା ଗାନ୍ଧୀ (ନୂଆ) ସିରିଜ୍ର ୨୦୦ ଓ ୫୦୦ଟଙ୍କିଆ ନୋଟ୍ର ବୈଧତା ବି
ଳବତ୍ତର ରହିବ । ଏହାର ଡିଜାଇନ୍ ମହାତ୍ମା ଗାନ୍ଧୀ (ନୂଆ) ସିରିଜ୍ରେ ପୂର୍ବରୁ ଜାରି ନୋଟ୍ର ସମାନ ହେବ । ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ୧୦୦ ଟଙ୍କିଆ ନୋଟ୍ ନୂଆ ପରିବର୍ତ୍ତନ ସହିତ ଜାରି କରାଯାଇଥିଲା । ଆର୍ବିଆଇ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ଯୁକ୍ତ ୧୦୦ ଟଙ୍କିଆ ନୂଆ ନୋଟ୍ ଜାରି କରିଥିଲେ । ତେବେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ୧୦୦ ଟଙ୍କିଆ ନୂଆ ନୋଟ୍ ବୈଧ ଅଟେ । ଡିସେମ୍ବର ୨୦୧୮ରେ ଉର୍ଜିତ ପଟେଲଙ୍କ ହଠାତ୍ ଇସ୍ତଫା ଦେବା ପରେ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ପଦ ସମ୍ଭାଳିଥିଲେ । ପ୍ରକାଶ ଯେ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିମୁଦ୍ରୀକରଣ ପରେ ଆର୍ବିଆଇ ପକ୍ଷରୁ ୨ହଜାର, ୫ଶହ, ୨ଶହ, ଶହେ, ପଚାଶ ଓ ୧୦ଟଙ୍କିଆ ନୂଆ ନୋଟ୍ ଜାରି କରାଯାଇଥିଲା । ବିମୁଦ୍ରୀକରଣରେ ୫୦୦ ଓ ୧୦୦୦ ଟଙ୍କାର ପୁରୁଣା ନୋଟ୍କୁ ଅବୈଧ ଘୋଷଣା କରାଯାଇଥିଲା ।