ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରୁ ବଞ୍ଚତ ହେଉଛନ୍ତି ଲୋକେ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ନିୟମକୁ ପ୍ରଶାସନ ଠାରୁ ସାଧାରଣଲୋକେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଭଦ୍ରକ ଜିଲ୍ଲାରେ କରୋନା ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଗତ ଶୁକ୍ରବାର ଠାରୁ ରାଜ୍ୟ ସରକାର ସମଗ୍ର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଥିଲେ । କରୋନା ମହାମାରୀ ସଂକ୍ରମଣକୁ ରୋବିକା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବନ୍ତ ବ୍ଲକବାସୀ ଅକ୍ଷରେ ଅକ୍ଷରେ ପାଳନ କରିଆସିଛନ୍ତି । ସଟ୍ ଡାଉନ୍ ସମୟରେ ଦୀର୍ଘ ୬୦ ଘଣ୍ଟା ଧରି ବନ୍ତ ବ୍ଲକର ଲୋକ ମାନେ ବାହାରକୁ ବାହାରି ନଥିବା ଦେଖାଯାଇଥିଲା । ମାତ୍ର ସଟ୍ ଡାଉନ୍ ପରେ ଲୋକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ବାହାରି ଥିଲେ । ବଜାରରେ ପହଞ୍ôଚ ସାମଗ୍ରୀ କିଣିବା ବେଳେ ତହସିଲଦାର ଲୋକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇନଥିଲେ । ଏପରିକି ଲୋକ ମାନଙ୍କୁ ଘଉଡାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜରୁରୀ ସେବାରେ ଡାକ୍ତରଖାନା ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଆଜି ଖବର ସଂଗ୍ରହ କରିବାକୁ ଆସିଥିବା କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଟକାଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ସାଧାରଣଲୋକ ମାନେ କରୋନା ଲକ୍ ଡାଉନ୍‌କୁ ସଠିକ୍ ଭାବେ ପାଳନ କରୁଥିବା ବେଳେ ପ୍ରଶାସନର ଏଭଳି ମାତ୍ରାଧିକ କାର୍ଯ୍ୟକୁ ଲୋକ ମାନେ ନାପସନ୍ଦ କରିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ