ପ୍ରବାସୀ ଶ୍ରମିକ ମାନଙ୍କୁ ଭେଟିଲେ ବି.ପି.ସି

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ବେଳେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ମାନେ କାମଧନ୍ଦା ନପାଇ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ ପ୍ରଶାସନ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂପୃକ୍ତ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସୋମବାର ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଚିରଞ୍ଜୀବ୍ ଦାସ ଭେଟି ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେଠାରେ ୧୨ ଜଣ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାର ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ