ଅଦିନିଆ ବର୍ଷା ଛାଡି ୧୦ ଦିନ ବିତିଲା ତଥାପି ଗଜପତିରେ ଅମଳ ଧାନ ଶୁଖାଉଛନ୍ତି ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଅଦିନିଆ ବର୍ଷା ଛାଡି ୧୦ ଦିନ ବିତିଲା. ତଥାପି ଆଜି ପର୍ୟ୍ୟନ୍ତ ଚାଷୀଙ୍କ ସମସ୍ୟା ତୁଟି ନାହିଁ.. ଆଜି ସୁଦ୍ଧା ଚାଷମାନେ ଅମଳ ଧାନକୁ ଶୁଖାଇବାରେ ଲାଗି ପଡିଛନ୍ତି. ଘଟଣାରୁ ପ୍ରକାଶ, ଧାନ ଅମଳ ସମୟରେ ଗତ ମାସରେ ଦୁଇ ଥର ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ବିନାଶର କାରଣ ସାଜିଛି। ବର୍ଷାରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ ଭାବେ ଭାଙ୍ଗିଯାଇଛି ଜ୍ଝ ବର୍ଷ ତମାମ କଷ୍ଟର ଲାଘବ ଆଶା ବାନ୍ଧିଥିଲା ଚାଷୀ। ହେଲେ ଅମଳ ସମୟରେ ବର୍ଷା ଦେବତା ମଧ୍ୟ ସାହା ହେଲାନି ଓ ଗଜପତିର ଚାଷୀ ବ୍ୟାପକ ଫସଲ ହାନୀର ଶିକାର ହୋଇ ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି । ସରକାରୀ ସହାୟତା କିମ୍ବା ଘୋଷଣାକୁ ଚାତକ ଭଳି ଚାହିଁ ବସିଛନ୍ତି ଓ ବର୍ଷା ଛାଡି ୧୦ ଦିନ ବିତିଗଲାଣି ଓ ପାଣିରେ ଭିଜି ଯାଇଥିବା ଅମଳ ଧାନ ଗଛକୁ ନିଜ ଜମିରେ ଶୁଖାଇ ବସିଛି ଚାଷୀ। ଶୁଖୁଗଲେ କାଳେ ଧାନ ତାର ରୂପବର୍ଷ ଧାରଣ କରିବ। ମଣ୍ଡିରେ ସରକାରଙ୍କ ଏଫ୍ଏକ୍ୟୁ ମାନଦଣ୍ଡରେ ଆସିଯିବ ଏବଂ ବର୍ଷ ତମାମ କଷ୍ଟର କିଛି ହେଲେ ମୂଲ୍ୟ ପାଇବ। ବର୍ଷାରେ ଧାନ ଭିଜି ଯାଇଥିବାରୁ ରୂପବର୍ଣ୍ଣ ବେରଙ୍ଗ ହୋଇପଡିଛି। ଅଗାଡି ବି କୁହାଯାଇପାରିବନି ବୋଲି କହିଛନ୍ତି ଚାଷୀ। ଏପରି ନଷ୍ଟ ଧାନ ଗୁମ୍ମା ବ୍ଲକ ଝାମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଦେଖୁବାକୁ ମିଳିଛି ଜ୍ଝ ଝୋଲା, ଆଦାନଗୁଡା, ପରିଚ୍ଛାଗାଁ, ଝାମୀ, ପର୍ଶୁରାମପୁର, ବିଡୁଆ ଆଦି ଗ୍ରାମାଞ୍ଚଳରେ ବ୍ୟାପକ ଅମଳ ଧାନ ନଷ୍ଟ ହୋଇଛି। ଅମଳ ନଷ୍ଟ ଧାନ ଦେଖୁବାକୁ ମୁଖ୍ୟମନ୍ତ୍ରୀ ଗଜପତି ଗସ୍ତ କରିଥିଲେ । ହେଲେ ଏହିସବୁ ପଞ୍ଚାୟତରେ କେହି ବି ଆଜିଯାଏଁ ଚାଷୀଙ୍କ କଷ୍ଟ ଦେଖୁବା ବା ବୁଝିବା ପାଇଁ ଆସି ନ ଥିବା ପ୍ରକାଶ କରିଛନ୍ତି। ଏପରିକି ଏହି ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମଧ୍ୟ କ୍ଷୟକ୍ଷତିର ଆକଳନ କରିବାକୁ ପାଦଥାପି ନ ଥିବାର କହିଛନ୍ତି ଚାଷୀ। ସେମାନେ ତିନ୍ତିଥିବା ଧାନଗଛକୁ ଆଜିଯାଏଁ ନିଜ ନିଜ ଜମିରେ ଶୁଖାଇ ବସିଛନ୍ତି ଓ ସେପଟେ ରବିରେ ବିରି ମୁଗ ଚାଷ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ବିରି ମୁଗ ଗଛକୁ ଉପଡି ଗଦା କରି ଫିଙ୍ଗିବାକୁ ପ୍ରସ୍ତୁତ ହେଉଛି ଚାଷୀଭାଇ । ଧାନମଣ୍ଡି ଆଜି ସୁଦ୍ଧା ଖୋଲି ନ ଥିବା ଯୋଗୁଁ ଚାଷୀ ନାନାଦି ଆଶଙ୍କା କରି ଆନ୍ଧ୍ରର ଧାନ ବେପାରୀଙ୍କ ଆଗରେ ହାତଟେକି ବିକ୍ରୀ କରିବାକୁ ସଜବାଜ ହେଉଥିବାର ଦେଖିବାକୁ ମିଳିଛି ।