ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ, ଚିନ୍ତାରେ ଚାଷୀକୂଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗତ କିଛି ଦି ଧରି ଗଜପତି ଜିଲ୍ଲାରେ ଲାଗାତାର ଭାବେ ଅଦିନିଆ ବର୍ଷା ତଥା ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନଚାଷ ସମତେ କିଆରୀ ଗୁଡିକ ଜଳମଗ୍ନ ହୋଇପଡିଥିବାର ଦେଖିବାକୁ ମିଳୁଛି । ଏହା ସହ ବିଭିନ୍ନ ରାସ୍ତାଘାଟର ଅବସ୍ଥା ଶଚୋନୀୟ ହୋଇପଡିଥିବାର ମଧ୍ୟ ଦେଖିବାକୁ ମିଳୁଛି । ବିଭିନ୍ନ ଜଳାଶୟ ଫୁଲିବାରେ ମଧ୍ୟ ଦେଖିବାକୁ ମିଳୁଛି । ଗଜପତି ଜିଲ୍‌ଲା ସଦର ମହକୁମା ପରାଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ୭ଗୋଟି ବ୍ଲକ ଯଥା କାଶୀନଗର, ଗୁମ୍ମା, ଗୋଷାଣୀ, ରାୟଗଡ, ନୂଆଗଡ, ଆର୍‌.ଉଦୟଗିରି ଓ ମୋହନା ଆଦି ଏପରି ଅଦିନିଆ ବର୍ଷା ଯୋଗୁଁ ବେହାଲ ହୋଇପଡିଛି । ସଡକର ପଥ ଗୁଡିକ ଖାଲଖମା ହୋଇପଡିଥିବା ଏବଂ ବିଭିନ୍ନ ନାଳନର୍ଦ୍ଦମା ଗୁଡିକରେ ପାଣି ଜମି ରହୁଥିବାରୁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଯଦ୍ୱାରା ଏପରି ବର୍ଷା ଆଗକୁ ରହିଲେ ବହୁ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ସେହିପରି ଜମି ଗୁଡିକୁ ପାଣି ମାଡିଯାଇଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିବା ସଦୃଶ୍ୟ ଦେଖାଦେଇଛି । ଚାଷୀ ଭାଇ ମାନେ ଫସଲ ଅମଳ କରିନଥିବାବେଳେ ହଠାତ ଏପରି ଲୁଘୁଚାପଜନିତ ବର୍ଷା ସେମାନଙ୍କୁ ବହୁ ଅସୁବିଧାରେ ପକାଇଦେଇଛି । ଯହା ଫଳରେ ଚାଷୀମାନେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି । ବିଲରେ ଧାନ ଅମଳ ସମୟରେ ଏହି ବର୍ଷା ପାଣି ଜମି ଫସଲ ନଷ୍ଟ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ