ଅଦ୍ଭୁତ ପରମ୍ପରା : ମହିଳାମାନେ ୫ ଦିନ ରହନ୍ତି ନିବସ୍ତ୍ର

ସାରା ଦୁନିଆରେ ଭିନ୍ନ ଭିନ୍ନ ସ୍ଥାନରେ ରହିଛି ଅଲଗା ପରମ୍ପରା । ପୁରାତନ ସମୟରୁ ଚାଲିଆସୁଥିବା ଅନେକ ପରମ୍ପରାକୁ ବର୍ତ୍ତମାନ ପର୍ଯ୍ୟନ୍ତ ମାନି ଆସୁଛନ୍ତି ଅନେକ । ଏପରି କିଛି ପରମ୍ପରା ରହିଛି ଯାହାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରିବା ଅସମ୍ଭବ । ଭାରତର ହିମାଚଳ ପ୍ରଦେଶର ଏକ ଗ୍ରାମରେ ଦେଖିବାକୁ ମିଳିଥାଏ ଏପରି ଏକ ଅଦ୍ଭୁତ ପ୍ରଥା । ଏହି ପ୍ରଥା ଅନୁଯାୟୀ ୫ ଦିନ ପର୍ଯ୍ୟନ୍ତ ମହିଳାମାନଙ୍କୁ ରହିବାକୁ ପଡ଼ିଥାଏ ନିବସ୍ତ୍ର । ଆଜିକାଲି ସମାଜରେ ମହିଳାମାନେ ବିଭିନ୍ନ ସ୍ତରରେ ସଫଳତା ହାସଲ କରୁଥିବାବେଳେ ଏହି ଗ୍ରାମର ପରମ୍ପରା ନାମରେ ଏପରି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା ଏହି ଅଦ୍ଭୁ୍ତ ପରମ୍ପରା ପଛର କାହାଣୀ ।
ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟି ସ୍ଥିତ ପିଣି ଗ୍ରାମରେ ବହୁ ବର୍ଷରୁ ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି । ଏହି ଅଦ୍ଭୁତ ପରମ୍ପରା ଅନୁଯାୟୀ ଶ୍ରାବଣ ମାସରେ ମହିଳାମାନଙ୍କୁ ୫ ଦିନ ପାଇଁ ରହିବାକୁ ପଡ଼ିଥାଏ ନିବସ୍ତ୍ର । ଏହି ସମୟରେ କୌଣସି ପୁରୁଷ ଏହି ମହିଳାମାନଙ୍କ ସମ୍ମୁଖକୁ ଯାଆନ୍ତି ନାହିଁ । ଏହି ସମୟରେ ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଦେଖିପାରିବେ ନାହିଁ । ପୁରାତନ କାଳରୁ ଚାଲିଆସୁଥିବା ଏହି ପରମ୍ପରା ଦ୍ୱାରା ଘରେ କିଛି ଅଶୁଭ ହୋଇନଥାଏ ବୋଲି ବିଶ୍ୱାସ ରହିଛି ।
ଲୋକମତ ଅନୁଯାୟୀ, ବହୁତ ବର୍ଷ ପୂର୍ବେ ଏଠାରେ ଏକ ରାକ୍ଷସ ସୁନ୍ଦର ପୋଷାକ ପରିଧାନ କରିଥିବା ମହିଳାମାନଙ୍କୁ ଉଠାଇ ନେଇ ଯାଉଥିଲା । ପରେ ଏହି ରାକ୍ଷସର ସଂହାର କରିଥିଲେ ଳାହୁଡା ଘୋଡ଼ ଦେବତା । ଗ୍ରାମବାସୀଙ୍କ ଅନୁଯାୟୀ ଏହି ଦେବତା ଆଜି ମଧ୍ୟ ରାକ୍ଷସର ଅନ୍ତ କରିବା ପାଇଁ ଗ୍ରାମକୁ ଆସିଥାନ୍ତି । ଏଣୁ ୫ ଦିନ ପର୍ଯ୍ୟନ୍ତ ଏହି ଗ୍ରାମରେ ଲୋକ ହସିବା ବନ୍ଦ କରିଦେଇଥାନ୍ତି ଏବଂ ମହିଳାମାନେ ନିବସ୍ତ୍ର ରହିବା ସହ ନିଜକୁ ସାଂସାରିକ ଦୁନିଆଠାରୁ ଦୂରେଇ କରିଥାନ୍ତି । ବର୍ତ୍ତମାନ କିନ୍ତୁ ମହିଳାମାନେ ଏହି ପରମ୍ପରାରେ କିଛିଟା ପରିବର୍ତ୍ତନ କରିଛନ୍ତି । ମହିଳାମାନେ ନିବସ୍ତ୍ର ହେବା ବଦଳରେ ଏହି ସମୟରେ କପଡ଼ା ବଦଳାଇନଥାନ୍ତି ଏବଂ ବହୁତ ସତର୍କତାର ସହ ପୋଷାକ ପରିଧାନ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ