ଅଧିକାଶଂ ଜମିରେ ଧାନଗଜା ଶୁଖି ଗଲାଣି, ଚିନ୍ତାରେ ଚାଷୀ

ହାଟଡିହିି, (ବିକାଶ ବିଶ୍ୱାଳ):ଜୁନ ମାସ ଅଧା ହୋଇଗଲା, ମୌସୁମୀର ଦେଖା ନାହିଁଁ । ଜୁନ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ଭିତରେ ମୌସୁମୀ ଓଡିଶାରେ ପ୍ରବେଶ କରି ବର୍ଷା କରାଇଥାଏ । ତେଣୁ ମୌସୁମୀ ଆସିଗଲେ ଆଉ ଧାନ ବୁଣି ହେବନି ବୋଲି ଭାବି ଚାଷୀମାନେ ଜୁନ ପ୍ରଥମ ସପ୍ତାହରେ କାଳବୈଶାଖି ବର୍ଷାରେ ଯଉଁ ଟିକିଏ ସାମାନ୍ୟ ବର୍ଷା ହୋଇଥିଲା ସେହି ବର୍ଷାପରେ ପରେ ଧାନ ବୁଣା ସବୁ ସାରି ଦେଇଥିଲେ । ପ୍ରାୟତ ସବୁଧାନ ଗଜା ହୋଇଯାଇଥିବାରୁ ଚାଷୀମାନେ ଖୁସିରେ ଥିଲେ । ଏବେ କିନ୍ତୁ ଗତ ୧୦ଦିନ ହେଲା ପ୍ରବଳ ଖରାରେ ଧାନ ଗଜା ଗୁଡିକ ଶୁଖି ଗଲାଣି । ପ୍ରତିଦିନ ଅପରାହ୍ନ ବେଳକୁ କଳା ହାଣ୍ଡିଆ ମେଘ ଘୋଟି ଆସୁଛି ହେଲେ ବର୍ଷା ନାହିଁ । ଫଳରେ ଚାଷୀମାନେ ମୌସୁମୀକୁ ଅପେକ୍ଷା କରିଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ଆସିବାରେ ଆହୁରି ବିଳମ୍ବ ହେବ କହୁଥିବାରୁ ଚାଷୀମାନେ ହତାଶ ହୋଇ ପଡିଲେଣି । ଯଦି ଏହି ସପ୍ତାହ ଭିତରେ ବର୍ଷା ନହୁଏ ତେବେ ବୁଣା ବିଲ ଗୁଡିକରେ ଧାନଗଜା ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ ନକୁଳ ନାୟକ, ବିଶ୍ୱନାଥ ଜେନା, ଭଗବାନ ନାୟକ, କୁଶଧ୍ୱଜ ସାହୁ, ଲକ୍ଷ୍ମୀଧର ଜେନା, ବେଣୁଧର ଜେନା ପ୍ରମୁଖ ଚାଷୀମାନେ ମତ ଦେଇଛନ୍ତି । ହାଟଡିହି ବ୍ଲକରେ ଧାନ ଚାଷ ହେଉଥିବା ଜମି ମଧ୍ୟରୁ ଶତକଡା ୩୦ଭାଗ ଜମିରେ ଧାନ ବୁଣାବୁଣି ହେଉଥିବାବେଳେ ଅବଶିଷ୍ଟ ଜମିରେ ରୁଆପୋତା ହୋଇଥାଏ । ବିଶେଷକରି ପଢ଼ିଆରୀପଲ୍ଲୀ, କେ ବାଲିପାଳ, ଧନୁର୍ଜୟପୁର, ହଦଗଡ, ଶାସଙ୍ଗ, ବଞ୍ଚୋ, ପଞ୍ଚୁଗୋଛିଆ, ସମଣା, ଅକରୁଆ ଆଦି ପଞ୍ଚାୟତରେ ବୁଣାଜମି ଜଳସେଚନର ସୁବିଧା ନଥିବାରୁ ଅଧିକାଶଂ ଜମିରେ ଧାନ ବୁଣାବୁଣି ହୋଇଥାଏ । କିନ୍ତୁ ବିଳମ୍ବିତ ମୌସୁମୀ ପାଇଁ ଏହି ସବୁ ଅଞ୍ଚଳର ଚାଷୀମାନେ ଏବେ ନାନା ଦୁଶ୍ଚିନ୍ତାରେ ଦିନ କାଟୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ