ଅଧ୍ୟକ୍ଷ ଓ ବିଡିଓଙ୍କ ଦ୍ୱାରା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ପରିପେକ୍ଷୀରେ ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଛି । ସମସ୍ତ କେନ୍ଦ୍ର ସଠିକ୍ ଭାବେ ପରିଚାଳନା ହେଉଛି କି ନାହିଁ ତାହାକୁ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବାରମ୍ବାର ତଦାରଖ କରାଯାଉଛି । ମଙ୍ଗଳବାର ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗ ରାମଚନ୍ଦ୍ରପୁର, ଆଡିଆ, ମହାନ୍ତିପଡା, ଅଣିଜୋ, ଗୋପିନାଥପୁର ଆଦି ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଉପରୋକ୍ତ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଠିକ୍ ଭାବେ ପରିଚାଳନା ହେଉଛି କି ନାହିଁ ତାହା ତଦାରଖ କରିଥିଲେ । ଏଥିସହ ଉପରୋକ୍ତ ପଞ୍ଚାୟତରେ ଅସହାୟ ଗରିବ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ଠିକ୍ ଭାବେ ଦିଆଯାଉଛି କି ନାହିଁ ତାହା ତଦାରଖ କରିଥିଲେ । ପରିଦର୍ଶନ ବେଳେ ଉପରୋକ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।


