ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସୁବାଷ ଚନ୍ଦ୍ର ପୋଲେଇ

ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଏକମାତ୍ର ପୈାର ପରିଷଦ  ହିଞ୍ଜିଳିକାଟୁର ଅଧ୍ୟକ୍ଷ ଭାବେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପୋଲେଇ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପୂଜାର୍ଚ୍ଚନା ଶେଷ ପରେ ନିଜ ଆସନ ଅଳଙ୍କୃତ କରିଥିଲେ । ଦଳୀୟ କର୍ମକର୍ତ୍ତା, ନବ ନିର୍ବାଚିତ କାଉନସିଲର, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୈାର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ବୁଦ୍ଧିଜୀବୀ ଅଧ୍ୟକ୍ଷ ଶ୍ରୀ ପୋଲେଇଙ୍କୁ ପୁଷ୍ପ ଗୁଚ୍ଛାଏ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ପୈାର କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ନବ ନିର୍ବାଚିତ କାଉନସିଲର, ଦଳୀୟ କର୍ମକର୍ତ୍ତା ମାନଙ୍କ ସହ ଏକ ଭାବ ବିନିମୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୈାର ପରିଷଦକୁ ରାଜ୍ୟର ସର୍ବଶ୍ରେଷ୍ଠ ପୈାର ପରିଷଦ ଭାବେ ଗଢି ତୋଳିବା ପାଇଁ ନବ ନିର୍ବାଚିତ କାଉନସିଲର, ଦଳୀୟ କର୍ମକର୍ତ୍ତା, ପୈାର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସହରର ଜନସାଧାରଣ ସହଯୋଗର ହାତ ବଢ଼ାଇବାକୁ ପୈାର ଅଧ୍ୟକ୍ଷ ଶ୍ରୀ ପୋଲେଇ ଆହ୍ୱାନ ଜଣାଇଥିଲେ । ପରେ ଅଧ୍ୟକ୍ଷ ଓ କାଉନସିଲର ମାନେ ସହରର ବିଭିନ୍ନ ମନ୍ଦିରକୁ ଯାଇ ପ୍ରଭୁକୃପା ଲାଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୈାଡ,  ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଶରତ ସାବତ, କିରଣ ପଟ୍ଟନାୟକ, ରମେଶ ଚନ୍ଦ୍ର ପଣ୍ଡା, ପୈାର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଛବି ନାରାୟଣ ପଣ୍ଡା, ମୋହନ ଆଚାରୀ, ଭାସ୍କର ସାହୁ, ଅରୁଣ ପାଢି, ଇ କିଶାନ କୁମାର ପାତ୍ରଙ୍କ ସହ ପୈାର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ