ଅନଲାଇନରେ ମିଳିବ ସାର୍ଟିଫିକେଟ୍

ଛାତ୍ରଛାତ୍ରୀ ଙ୍କ ପାଇଁ ଖୁସିଖବର ଆଉ ସାର୍ଟିଫିକେଟ୍ ପାଇଁ ଦଉଡିକାକୁ ମହାବିଦ୍ୟାଳୟ ଏଣିକି ଘରେ ବସି ପାଇବାରିବେ ସାର୍ଟିଫିକେଟ୍। ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛିନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷାରେ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟସରକାର ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୫ ସୁଦ୍ଧା ଓ ସମସ୍ତ ବିଷୟର ଥିଓରୀ ପରୀକ୍ଷା ମାର୍ଚ୍ଚମାସ ୨୨ ତାରିଖସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ନିଜର ମାର୍କସିଟ୍, ମାଇଗ୍ରେସନ୍ ସାର୍ଟିଫିକେଟ୍ ଓ କଲେଜ ଲିଭିଂ ସାର୍ଟିଫିକେଟ୍ ଆଦି ଅନଲାଇନରେ ଆବେଦନ କରି ପାଇପାରିବେ। ହେଲେ ପୂର୍ବଭଳି ଓରିଜିନାଲ୍ ସାର୍ଟିଫିକେଟ୍ ଛାତ୍ରଛାତ୍ରୀମାନେ କଲେଜ ଯାଇ ସଂଗ୍ରହ କରିବେ। ଏହି ଅନଲାଇନ୍ ସାର୍ଟିଫିକେଟ ପାଇଁ ପରିଷଦର କାର‌୍ୟ୍ୟାଳୟରେ ଗୋଟିଏ କମ୍ପୁଟର ସେଲ୍ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ୫ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ