ବଡବଜାର ପୋଲିସ ର ବଡ ଖୁଲାସ।

(ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ବଡ ବଜାର ପୋଲିସ କୁ ମିଳିଛି ଏକ ବଡ ସଫଳତା । ଗତ ୩୦ ତାରିଖରେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ମାଲାସାନିପେଟା ସାହିର ଶ୍ରୀ ସାଇ ଜୁଏଲ୍ରୀ ଦୋକାନରୁ ମଧ୍ୟ ରାତ୍ରିରେ ତାଲା ଭାଙ୍ଗି ପ୍ରାୟ ୭ କେଜି ଓଜନର ରୂପା ଅଳଙ୍କାର ଲୁଟି ନେଇଥିଲେ । ଶନିବାର ବ୍ରହ୍ମପୁର ବଡବଜାର ପୋଲିସ ୬ କେଜି ଓଜନର ରୂପା ଅଳଙ୍କାର ଜବତ କରିବା ସହ ସମ୍ପୃକ୍ତ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିଛି , ଆଜି ବଡବଜାର ଥାନାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ପ୍ରଭାତ ରାଉତରାୟ ସୂଚନା ଦେଇଥିଲେ । ଏହି ମାମଲା କୁ ଭିତ୍ତି କରି ଧାରା ୪୫୭/୩୮୦ କେଶ ନଂ ୧୪୦ /୩୧/ ୦୮/ ୨୦୧୯ ରୁଜୁ କରାଯାଇ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯାଇ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ