ଅନଲାଇନ ପାଠ ପଡ଼ା ଛାଡ଼ି ଶିକ୍ଷକ ନିଜ ସଂସ୍ଥା ରେ ବ୍ୟସ୍ତ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ କେଶେରା ଗ୍ରାମ ରେ ଥିବା ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବା କୁ ମିଳିଛି ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ର ଛାତ୍ରୀଙ୍କ ପାଠ ପଡିବା ପାଇଁ ବିଭିନ୍ନ ଦିଗରେ ଚେଷ୍ଟା କରିଛନ୍ତି | ଅନଲାଇନ ମୋବାଇଲ ମାଧ୍ୟମରେ ପିଲା ଙ୍କୁ ପଢିବା ପାଇଁ ସୁବିଧା କରିଛନ୍ତି ଏପରିକି ଯେଉଁ ଜାଗା ରେ ମୋବାଇଲ ଟାୱାର ନାହିଁ ସେ ଜାଗାରେ ଶିକ୍ଷକ ଯାଇ ପଡେ଼ଇବେ ଏଥି ପାଇଁ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଟଙ୍କା ମଧ୍ୟ ଦେଊଛନ୍ତି | ଏହା ସହ ଶିକ୍ଷକ ମାନଙ୍କୁ ଗାଡ଼ି ଖର୍ଚ୍ଚ ମଧ୍ୟ ଦିଆଯାଉଛି | ଏସବୁ ସତ୍ୱେ ମଧ୍ୟ ଶିକ୍ଷକ ମାନେ ପିଲାଙ୍କ ପାଠ ପଢ଼ାରେ ଅବହେଳା ଦର୍ଶାଉଛନ୍ତି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେଶେରା ବିଦ୍ୟାଳୟରେ ଏଠାରେ କାର୍ଯ୍ୟରତ ଥିବା ଶିକ୍ଷକ ପିଲାଙ୍କୁ ପାଠ ପଢେଇବା ଜାଗାରେ ବାହାର କାମ କରାଉଛନ୍ତି | ସରକାରଙ୍କ ଠାରୁ ଦରମା ପାଇ ଏମାନେ ନିଜ ନିଜ ସଂସ୍ଥାରେ ବ୍ୟସ୍ତ ରହୁଛନ୍ତି ଓ ପିଲା ମାନଙ୍କୁ ନିଜ କାମ ପାଇଁ ବ୍ୟବହାର କରୁଛନ୍ତି | ଯାହା ଫଳରେ ପିଲାମାନେ ପାଠପଢା ଛାଡି ଜଙ୍ଗଲରୁ କାଠ ଆଣିବା ପାଇଁ ଯାଉଛନ୍ତି ଏପରିକି କିଛି ଦିନ ତଳେ ଗଛ ଲଗାଇବା ବାହାନାରେ କେତେ ପିଲାଙ୍କ ହାତରେ ଗଛ କଟାଉଛନ୍ତି | ନିଜ ସ୍ୱାର୍ଥ ପାଇଁ ସରକାରୀ ଚାକରି କରି ବେସରକାରୀ ସଂସ୍ଥା ରେ ସାମିଲ ରହିଛନ୍ତି | ନାକୁ ମାତ୍ର ଗଛ ଲଗାଇବା ବାହାନା ଏହା କରି ଜମିକୁ ଜବର ଦଖଲ କରିବା ନାଟକ ତେବେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ମାନେ କିପରି ଜାଣି ପାରୁନାହାନ୍ତି ଏଭଳି ଦୁଇଟି ନୌକା ରେ ଗୋଡ ଦେଇଥିବା ଶିକ୍ଷକଙ୍କ ବିଷୟରେ ସବୁ ଜାଣି ମଧ୍ୟ ଏହି କାରବାର କେମିତି ହେଉଛି ? ତାହା ନେଇ ଏବେ ଚର୍ଚ୍ଚା, ଏ ବିଷୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ପଚାରିବାରୁ ସେ କହିଛନ୍ତିଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ