ଅନସ୍ଲୋ ହାଇସ୍କୁଲରେ ଚାଲିଥିବା ୫ଟି ରୁପାନ୍ତରିତ କାର୍ଯ୍ୟକୁ ବୁଲି ଦେଖିଲେ ଛତ୍ରପୁର ବିଡିଓ

ଛତ୍ରପୁର (ଦେବଦତ୍ତ ମହାରଣା) : ଛତ୍ରପୁର ର ସର୍ବପୁରାତନ ଅନସ୍ଲୋ ହାଇସ୍କୁଲରେ ୫ଟି ରୁପାନ୍ତରିତ କାର୍ଯ୍ୟ ଚାଲୁ ରହିଛି । ଏହି କାର୍ଯ୍ୟ ଛତ୍ରପୁର ବ୍ଲକ ପକ୍ଷରୁ କରାଯାଉଥିବା ବେଳେ ଶୁକ୍ରୁବାର ଛତ୍ରପୁର ବିଡିଓ ବିଶ୍ୱଜିତ ରାୟ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିଦର୍ଶନ ବେଳେ କନିଷ୍ଠ ଯନ୍ତ୍ରୀ ଚନ୍ଦ୍ର ଶେଖର ଷଡଙ୍ଗୀ, ଅନସ୍ଲୋ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ