ଅନସ୍ଲୋ ହାଇସ୍କୁଲରେ ଇକୋ କ୍ଲବ ପକ୍ଷରୁ ପ୍ଲାଷ୍ଟିକ ଓ ପଲିଥିନ୍ ବର୍ଜନ ଉପରେ ସଚେତନତା  

ଛତ୍ରପୁର (ଦେବଦତ୍ତ ମହାରଣା) : ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପରିସରରେ ଶୁକ୍ରୁବାର ଇକୋ କ୍ଲବ ପକ୍ଷରୁ ପ୍ଲାଷ୍ଟିକ ଓ ପଲିଥିନ୍ ବର୍ଜନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କୁ ବିଭିନ୍ନ ଚିତ୍ର ଓ ପ୍ରୋଜକ୍ଟେର ମାଧ୍ୟମରେ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର କରିବା ଦ୍ୱାରା ହେଉଥିବା କ୍ଷତି ବିଷୟରେ ବୁଝାଯାଇଥିଲା । ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ଅଞ୍ଜନା ଶ୍ରୀବାଡତ୍ୟାଙ୍କ ନେତୃତ୍ୱରେ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ପିଲାମାନେ ଫ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ସେହି ରାସ୍ତା ଦେଇ ଯାତାୟତ ହେଉଥିବା ଲୋକଙ୍କୁ ପ୍ଲାଷ୍ଟିକ ଓ ପଲିଥିନ୍ ବର୍ଜନ କରିବା ଉପରେ ସଚେନତା କରାଯିବା ସହ ପ୍ରାଚୀର ପତ୍ର ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ସାମଲ, ଖେଳ ଶିକ୍ଷକ ଅରୁଣ କୁମାର ମାନସିଂହ, ଶିକ୍ଷକ ଜଗଦୀଶ ଚନ୍ଦ୍ର ପଲାଇ, ବିଦ୍ୟାଧର ଦାଶଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ