ଅନାଥ ଶିଶୁଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ବ୍ଲକ ର ବିଭିନ୍ନ ପଞ୍ଚାୟତ ର କେତେକ ବ୍ୟକ୍ତି କୋରୋନା ରେପ୍ରାଣ ହରାଇଛନ୍ତି। ପିତା ମାତା ଙ୍କୁ ହରାଇଥିବା ଅନାଥ କୋମଳମତି ଶିଶୁ ଙ୍କୁ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଶନିବାର ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।ବ୍ଲକ ପରିସର ମଧ୍ୟରେ ସାନଖେମୁଣ୍ଡି ବ୍ଲକ୍ ର ୩୮ଜଣ ଶିଶୁଙ୍କୁ। ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅରୁଣା ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ସୂର୍ଯ୍ୟସ୍ମିନ ପଣ୍ଡିତ,ଅରୁଣ କୁମାର ପାତ୍ର, ଅନିଲ କୁମାର ସ୍ବାଇଁ,ପ୍ରଶାନ୍ତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ।


