ଅନାଥ ଶିଶୁଙ୍କୁ ସାକ୍ଷାତ କଲେ ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରୋଗ୍ରାମ ମ୍ୟାନେଜର
ମୋହନା, (ଅଂଶୁମାନ ପଣ୍ଡା) :-ଅନାଥ ଶିଶୁଙ୍କୁ ସାକ୍ଷାତ କଲେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା । ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରୋଗ୍ରାମ ମ୍ୟାନେଜର ଆଜି ମୋହନା ବ୍ଲକର ରାମଗଡ଼ ଓ ଏଣ୍ଡ୍ରିମା ଗାଁ ଗସ୍ତ କରି ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପାଉଥିବା ଅନାଥ ଶିଶୁମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କର ଭଲ ମନ୍ଦ ପଚାରି ବୁଝିଛନ୍ତି । କିଭଳି ସେମାନେ ନିୟମିତ ସରକାରୀ ସହାୟତା ପାଇବେ ଓ ସଠିକ ଯତ୍ନ ସହ ସେମାନଙ୍କ ପାଠ ପଢ଼ା ଜାରି ରହିବ, ସେ ନେଇ ତାଙ୍କର ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହା ସହ ଏଣ୍ଡ୍ରିମା ଗ୍ରାମ ରେ କିଛି ଶିଶୁ ଙ୍କ ମା ବାପା ଚାଲିଯିବା ପରେ ନିଜ ସମ୍ପର୍କୀୟ ମାନେ ପୁଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିବା ଶିଶୁ ଙ୍କୁ ଭେଟି ଭଲମନ୍ଦ ବୁଝିଥିଲେ ଏହି ଗସ୍ତବେଳେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟର ଅନ୍ୟ କର୍ମଚାରୀମାନେ ଉଅସ୍ଥିତ ଥିଲେ ।


